ବିଭିନ୍ନ ଅପରାଧିକ କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ସ୍ଵତନ୍ତ୍ର ଟିମ ଗଠନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା) :-ଆସନ୍ତା ପଞ୍ଚାୟତ ନିର୍ବାଚନ ଭଞନଗର ଉପଖଣ୍ଡରେ କିଭଳି ଶୃଙ୍ଖଳିତ ଭାବେ ହେବ ସେ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ବେଆଇନ ଭାବେ ଚାଲିଥିବା ମଦ ବିକ୍ରି ଓ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପକୁ ବନ୍ଦ କରିବା ପାଇଁ ସ୍ଵତନ୍ତ୍ର ଟିମ ଗଠନ ହୋଇଛି । ବିଭିନ୍ନ ସ୍ଥାନରେ ଚଢ଼ାଉ କରି ବେଆଇନ ଭାବେ ଚାଲିଥିବା କାର୍ଯ୍ୟକୁ ରୋକିବା ସହ ସେ ନେଇ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ। ଅବାଧ ଓ ନିରପେକ୍ଷ ର୍ନିବାଚନ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଜୟ କୁମାର ମଲ୍ଳିକ ସୂଚନା ଦେଇଛନ୍ତି । ଆଜି ଅପରାହ୍ନରେ ଭଞ୍ଜନଗର ଗସ୍ତ କରି ନିର୍ବାଚନ ସ୍ଥିତି ନେଇ ସମୀକ୍ଷା କରିବା ସହ ମୁଦୁଲିପଲ୍ଲୀ ଗ୍ରାମରେ ସଦଳବଳେ ଫ୍ଳାଗ୍ମାର୍ଚ୍ଚ କରିଥିଲେ । ହିଂସାମୁକ୍ତ ନିର୍ବାଚନ ପାଇଁ ପୁଲିସ ସଜାଗ ରହିଥିବା ସେ ପ୍ରକାଶ କରିଥିଲେ । ଆଜିର ଏହି ଫ୍ଲାଗମାର୍ଚ୍ଚ ସମୟରେ ଭଞ୍ଜନଗର ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନା ଅଧିକାରୀ ଧୀରେଶ ଦାସଙ୍କ ସମତେ ଏସଆଇ କେଶବ ଷଢଙ୍ଗୀ, ମୋହନ କହଁର, ଏଏସ୍ଆଇ ପ୍ରଶାନ୍ତ କୁମାର ପ୍ରଧାନ, ସୁରେଶ କୁମାର ସେନାପତିଙ୍କ ସମେତ ବହୁ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ