ପରିତ୍ୟକ୍ତ କୁଅରୁ ମୃତଦେହ ଉଦ୍ଧାର
ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ସୁନ୍ଦରାପାଳ ଆଦର୍ଶବିଦ୍ୟାଳୟର ପଛପଖେ ଥିବା ଏକ ପରିତ୍ୟକ୍ତ କୁଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖବରରୁ ଜଣାଯାଇଛି ଯେ ସୁନ୍ଦରାପାଳ ଗ୍ରାମର କାହ୍ନୁ ସାନାଲ(୨୫) ଗତ ତିନିଦିନ ହେଲା ନିଖୋଜ ଥିଲା । ଘରଲୋକେ ବିଭିନ୍ନ ଆଡେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ପାଇପାରି ନଥିଲେ । ଆଜି କୁଅ ନିକଟରୁ ଗନ୍ଧ ବାହାରୁଥିବା ଦେଖି କିଛି ବ୍ୟକ୍ତି ଜାଣିବାପରେ ଖବରଟି ପ୍ରଘଟ ହୋଇଯାଇଥିଲା । ହାଟଡିହି ଦମକଳ ବାହିନୀର କର୍ମଚାରୀମାନେ ପହଞ୍ଚି ଶବକୁ ଉଦ୍ଧାର କରିଥିବାବେଳେ ସୋସୋ ପୁଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବକୁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇ ତଦନ୍ତ ଆରମ୍ଭ କରିଛି । ମୃତ୍ୟୁର କାରଣ ଜଣାପଡି ନାହିଁ ।


