ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବିଧାୟକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ପୋଲୁରୁ ଗ୍ରାମର ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ଯୋଗଦେଇଥିବାର ଜଣାପଡିଛି । ଉଲ୍ଲେଖିତ ଗ୍ରାମରେ ନୀଳମଣୀଦୁର୍ଗା ମନ୍ଦିର ନିର୍ମାଣ କାର୍ଯ୍ୟ ବହୁ ବର୍ଷ ହେଲା ନିର୍ମାଣ ଜାରି ରିଥିଲା । ବର୍ତ୍ତମାନ ପୂର୍ଣ୍ଣଙ୍ଗ ହେବାପରେ ଆଜି ଶୁଭ ବସନ୍ତ ପଞ୍ଚମୀ ତିଥିରେ ପ୍ରତିଷ୍ଠା କରାଯାଇଛି । ଏହି ପ୍ରତିଷ୍ଠା ଉତ୍ସବରେ କୋଭିଡ୍ ନିୟମ ପ୍ରକାରେ କେବଳ ରିତୀନିତୀନୁଯାୟୀ ପୂଜା ପାଠ, ହୋମ ଯଜ୍ଞ ଆଦି କରାଯାଇଥିବା ବେଳେ ପୋଲୁରୁ ଗ୍ରାମାଞ୍ଚଳର ବହୁ ଭକ୍ତ ବା ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କାଶୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ୍.ସିମାଦ୍ରୀ, ସିଦ୍ଧାମଡଙ୍ଗ ପଞ୍ଚାୟତର ସରପଞ୍ଚ ଭେଙ୍କଟରାଓ ପ୍ରମୁଖଙ୍କ ସହ ବହୁ ଭାଜପା କର୍ମୀ ଓ ନେତା ଉପସ୍ଥିତଥିଲେ ।


