ସମୃଦ୍ଧ ବାଲେଶ୍ୱର ପାଇଁ ଜନ ଇସ୍ତାହାର’ଶୀର୍ଷକ ଆଲୋଚନାଚକ୍ର
ବାଲେଶ୍ୱର, (ସରୋଜ ପଣ୍ଡା) :-ସ୍ୱେଚ୍ଛାସେବୀ ସଂଗଠନ ‘ଓଡିଶା ନିର୍ମାଣ ଅଭିଯାନ’ ପକ୍ଷରୁ ‘ସମୃଦ୍ଧ ବାଲେଶ୍ୱର ପାଇଁ ଏକ ଜନ ଇସ୍ତାହାର’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଜୟ ଦାସଅଧିକାରୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଓଡ଼ିଶା ନିର୍ମାଣ ଅଭିଯାନର ରାଜ୍ୟ ଆବାହକ ଗୋବିନ୍ଦ ବଲ୍ଲଭ ଦଳାଇ ପୌର ପ୍ରଶାସନରେ ନାଗରିକମାନଙ୍କର ଭାଗିଦାରଷ ସହିତ ସମାବେଶୀ ବିକାଶରେ ସେମାନଙ୍କର ସାମାଜିକ ଓ ରାଜନୈତିକ ଦାୟିତ୍ୱବୋଧତା ଉପରେ ଗୁରୁତ୍ୱାରୋପ କରିଥିଲେ । ବିଗତ ଦୁଇ ଦଶନ୍ଧି ଧରି ବାଲେଶ୍ୱର ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟା ଅନୁପାତରେ ବିକାଶମୂଳକ କାର୍ଯ୍ୟକ୍ରମ ପରିଲକ୍ଷିତ ହୋଇପାରିନାହିଁ । ୨୦୧୧ ଜନଗଣନା ଅନୁଯାୟୀ ସହରର ଜନସଂଖ୍ୟା ୧.୭ ଲକ୍ଷ ଥିଲା, ଯାହା ହୁଏତ ୨୦୨୨ ସୁଦ୍ଧା ୨.୫ ଲକ୍ଷ ଅତିକ୍ରମ କରିପାରେ । ରାଜନୈତିକ ଦଳମାନେ ଜନସାଧାରଣଙ୍କ ପରାମର୍ଶ ନେବାକୁ ଭୁଲି ଯାଇଛନ୍ତି । ଏକ ସମୃଦ୍ଧ ଗଣତନ୍ତ୍ରର ମୂଳଦୁଆ ସୃଷ୍ଟି ପାଇଁ ୯୦ ପ୍ରତିଶତ ସାକ୍ଷରତା ହାର ଥିବା ସହରର ଜନସାଧାରଣଙ୍କୁ ସେହି ଅନୁପାତରେ ବିକାଶମୁଖୀ ଯୋଜନାରେ ମତବ୍ୟକ୍ତ କରିବାର ସୁଯୋଗ ପ୍ରଦାନ ଉପସ୍ଥିତ ସୁବ୍ରତ ନାୟକ ସମାଜସେବୀ ମମତା ମହାପାତ୍ର,ଐତିହ୍ୟବିତ ପ୍ରଶାନ୍ତ କୁମାର ପାଢ଼ୀ, ବନିତା ପାଢୀ, ସୁବ୍ରତ କର,କେଶୁ ଦାସ ପ୍ରମୁଖ ଯୋଗଦେଇ ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରସନ୍ନ ପାତ୍ର, ଡ. ତାରାକାନ୍ତ ନନ୍ଦ, ଭାବଗ୍ରାହୀ ମହାନ୍ତି, ସୁବ୍ରତ କର, ସୁରଞ୍ଜନ ଦାଶମହାପାତ୍ର, ଡ. ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ, ପ୍ରଭାକର ସାହୁ, ପ୍ରତାପ ଚନ୍ଦ୍ର ନନ୍ଦ, ପ୍ରତିଭା ସିଂ, ସନ୍ଦିପ କୁମାର ସାହୁ, ରାମନାରାୟଣ ଦାସ, ସ୍ୱସ୍ତିକ କୁମାର ଦେ, ଭାସ୍କର ଜେନା, ପ୍ରଫୁଲ୍ଲ କୁମାର ସାହୁ, ବେଣୁଧର ସାହୁ, ବସନ୍ତ ପ୍ରଧାନ, କ୍ରୀଷ୍ଣା ସିଂ, ଦିନେଶ କୁମାର ସାହା, ପ୍ରସନ୍ନ କୁମାର ପାଢୀ, କମଳାକାନ୍ତ ଦାସ, ଭାସ୍କର ଚନ୍ଦ୍ର ସିଂ, ସୀତାରାମ ପ୍ରଧାନ, ସୁଧାଂଶୁ ଦାସ, ବନିତା ପାଢୀ, ନାରାୟଣ ଦଳାଇ, ପଙ୍କଜ ଘୋଷ ଏବଂ ଅଭୟ ଦାସ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଅଭିଯାନର ବାଲେଶ୍ୱର ଶାଖା ସଂଯୋଜକ ତୁଷାରକାନ୍ତୀ ତପସ୍ୱୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।