ବିଜେଡିର ପ୍ରଚାର ଓ ମିଶ୍ରଣପର୍ବ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଭୁଷୁକୁଡି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମାଞ୍ଚଳରେ ବିଜେଡିର ପ୍ରଚାର କାର୍ଯ୍ୟକ୍ରମ ଓ ମିଶ୍ରଣ ପର୍ବ ହୋଇଯାଇଛି । ଜିଲ୍ଲାପରିଷଦ ଜୋନ୍-୭ ଦଳୀୟ ପ୍ରାର୍ଥିନୀ ଲୀଳାବତୀ ପାରିଗାଙ୍କୁ ଭୋଟ ଦେଇ ଜୟଯୁକ୍ତ କରିବା ପାଇଁ ନିବେଦନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବିଜେଡି ନେତା ଡ.ତିରୁପତି ପାଣିଗ୍ରାହୀ, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ନାୟକ, ପୂର୍ବତନ ଜିଲ୍ଲା ସଭାପତି ବସନ୍ତ ଦାସ, ରାଜ୍ୟ ବିଜେଡି ସମ୍ପାଦକ ମାରୁତ ପାଳ ପ୍ରମୁଖ ନେତା ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଆହୁରି ସୁଦୃଢ କରିବାପାଇଁ ସହଯୋଗର କାମନା କରିଥିଲେ ।


