ପଞ୍ଚତାରକା ହୋଟେଲର ଶିଳାନ୍ୟାସ କଲେ ଉପମୁଖ୍ୟମନ୍ତ୍ରୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଜିରାଙ୍ଗ ବୌଦ୍ଧ ମନ୍ଦିର ନିକଟରେ ପ୍ରତ୍ୟକ୍ଷ ରିସର୍ଟର ପଞ୍ଚତାରକା ହୋଟେଲର ଶିଳାନ୍ୟାସ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ୍ । ଗଜପତି ଜିଲ୍ଲାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ସରକାରଙ୍କ ପ୍ରୋତ୍ସାହନରେ ଜୀରାଙ୍ଗସ୍ଥିତ ବୌଦ୍ଧ ମନ୍ଦିର ସଭିକଟରେ ପ୍ରତ୍ୟକ୍ଷ ଗ୍ରୁପ୍ ପକ୍ଷରୁ ଶହେ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ପଞ୍ଚ ତାରକା ହୋଟେଲ ନିମାଣ ହେବାକୁ ଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା଼ ଯୋଗ ଦେଇ ଏହାର ଶିଳାନ୍ୟାସ କରିଥିଲେ । ଏହି ରିସୋର୍ଟ ହେବା ଦ୍ଵାରା ଅଞ୍ଚଳରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବା ସହ ଯୁବ ପିଢ଼ିମାନେ ନିଯୁକ୍ତିର ସୁବିଧା ସୁଯୋଗ ପାଇପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେ. ଏହି କାର୍ଯ୍ୟକ୍ରମରେ ପର୍ଯ୍ୟଟନ ସଚିବ ବଳବନ୍ତ ସିଂ, ମୋହନା ବିଧାୟକ ଦାଶରଥ୍ ଗମାଙ୍ଗ, ପାରଳାଖେମୁଣ୍ଡି ବିଧାୟକ ରୁପେଶ ପାଣିଗ୍ରାହୀ, ତିବତୀୟ ଲାମା ଗୁରୁଜୀ ପ୍ରେମା ପ୍ରେ ଖେମ୍ପୋ, ଜିଲ୍ଲା ସ୍ୱତନ୍ତ୍ର ଉନ୍ନ ପରିଷଦର ଅଧ୍ୟକ୍ଷ କାମଦେବ ବଡ଼ନାୟକଙ୍କ ସମେତ ଜିଲ୍ଲା ଓ ବ୍ଳକ ସ୍ତରୀୟ ପ୍ରଶାସନିକ ଅଧୂକାରୀ ମାନେ ଯୋଗ ଦେଇଥିଲେ ।


