‘ବାଲେଶ୍ୱର ସ୍କୁଲ ଅଫ ଇଂଜିନିୟରିଂ’ରେ କ୍ୟାମ୍ପସ ଚୟନ

ବାଲେଶ୍ୱର, (ସରୋଜ ପଣ୍ଡା) :-ଜିଲାର ଅନ୍ୟତମ ବୈଷୟିକ ଶିକ୍ଷାନୁଷ୍ଠାନ ‘ବାଲେଶ୍ୱର ସ୍କୁଲ ଅଫ ଇଂଜିନିୟରିଂ’ରେ ଏକ କ୍ୟାମ୍ପସ ଚୟନ ପ୍ରକ୍ରିୟା ଟାଟା ପାୱାର ପକ୍ଷରୁ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଇଂ କରୁଣାକର ମହାଳିକ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଚୟନ ପ୍ରକ୍ରିୟାରେ ୨୩ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ନିୟମିତ ବ୍ୟବଧାନରେ ହେଉଥିବା କ୍ୟାମ୍ପସ ଚୟନରେ ବହୁ ଛାତ୍ରଛାତ୍ରୀ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇପାରିଥିବା ଅଧ୍ୟକ୍ଷ ଇଂ ମହାଳିକ ସୂଚନା ଦେଇଥିଲେ । ଉପାଧ୍ୟକ୍ଷ ଇଂ ରଞ୍ଜନ କୁମାର ପତି ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପ୍ଲେସମେଣ୍ଟ ଅଫିସର ଇଂ ଜନ୍ମଜୟ ପଣ୍ଡା ଏଥିରେ ଯୋଗଦେଇ ଏହି ଅନୁଷ୍ଠାନରୁ ଅଦ୍ୟାବଧି ୨ହଜାରାରୁ ଅଧିକ ଛାତ୍ରଛାତ୍ରୀ ରାଜ୍ୟ ତଥା ରାଜ୍ୟ ବାହାରେ ଚାକିରୀ କରୁଥିବା କହିଥିଲେ । ୨୦୨୧-୨୨ରେ କଲେଜର ୧୫୨ ଜଣ ନିଯୁକ୍ତି ପାଇଥିବା ବେଳେ ଏହି କ୍ୟାମ୍ପସ ପାଇଁ ପୂର୍ବରୁ ୨୩ଜଣଙ୍କର ଅନଲାଇନରେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ବେଳେ ଆଜି ଲିଖିତ ପରୀକ୍ଷା ହେବ ବୋଲି ସେ ସୂଚନା ଦେଇଛନ୍ତି । ଟାଟା ପାୱାରର ମାନବ ସମ୍ବଳ ଅଧିକାରୀ ଦୀପଙ୍କର ନାୟକ, ମ୍ୟାନେଜର (ଏଚଆର) ମଧୁସ୍ମିତା ଷଡ଼ଙ୍ଗୀ, ପ୍ଲାନିଂ ମୁଖ୍ୟ ହରିଶ କୁମାର ଗୁପ୍ତା, ଇଲେକ୍ଟ୍ରିକାଲ ଏଜିଏମ ରତି ରଞ୍ଜନ ରାଉତ ପ୍ରମୁଖ ଏଥିରେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କରାଇବା ସହ ଚୟନ ପ୍ରକ୍ରିୟାକୁ ଆଗକୁ ନେଇଥିଲେ । କଲେଜର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଏହି କ୍ୟାମ୍ପସ ଚୟନ ପ୍ରକ୍ରିୟା ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ