ପଞ୍ଚାୟତ ନିର୍ବାଚନ ପ୍ରଚାରରେ ସାମିଲ ହେଲେ…
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ଜିଲ୍ଲା ପରିଷଦ ୬ନମ୍ବର ଜୋନର ବିଜୁ ଜନତା ଦଳର ପ୍ରାର୍ଥୀନୀ ନିର୍ମଳା ମହାନ୍ତି ଓ ୮ ନମ୍ବର ଜୋନର ପ୍ରାର୍ଥୀ ରଶ୍ମୀରଞ୍ଜନ ରାଉତଙ୍କ ପାଇଁ ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି ଆଇନଜୀବୀ ଓ ବୁଦ୍ଧିଜୀବୀ । ସେମାନେ ଘର ଘର ବୁଲି ଉଭୟ ପ୍ରାର୍ଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବହୁମୁଖୀ ଯୋଜନା ଗୁଡିକ ସମ୍ପର୍କରେ ଲୋକମାନଙ୍କୁ ବୁଝାଇସୁଝାଇ ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥୀମାନଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ନିବେଦନ କରିଥିଲେ । ଆଇନଜୀବୀ ସଞ୍ଜୟ କୁମାର ଜେନାଙ୍କ ନେତୃତ୍ୱରେ ଜିଲ୍ଲା ଓକିଲ ସଂଘ ସଭାପତି ଆଶୁତୋଷ ମହାନ୍ତି, ସମ୍ପାଦକ ସେକ ଅଜିମୁଦ୍ଦିନ, ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା, ମାନସ ରଞ୍ଜନ ଧଳ, ପ୍ରଦୀପ୍ତ ମହାନ୍ତି, ରଞ୍ଜନ କୁମାର ପଣ୍ଡା, ବ୍ରଜ ସୁନ୍ଦର ରାଉତ, ହାଡିବନ୍ଧୁ ସିଂ, ନିରଞ୍ଜନ ବଳ, ଅରୁଣ ପ୍ରସାଦ ଦାସ, ସୁରେଶ ନାୟକ, ଧିରେନ୍ଦ୍ର ଦାସ, ସତ୍ୟବ୍ରତ ସିଂ, ଅକ୍ଷୟପ୍ରିୟ ଦାସ, ରବିନ୍ଦ୍ର ପଣ୍ଡା, ଇତିଶ୍ରୀ ଦାସ, ସୁମିତ୍ରା ପାଢି , ମାନସ ସେଠୀ, ମନୋଜ ସାହୁ ପ୍ରମୁଖ ଘର ଘର ବୁଲି ପାର୍ଥୀ ମାନଙ୍କୁ ଶଙ୍ଖ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ ।


