ପୋଲିସ୍ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାର ମଧ୍ୟ ସେତିକି ଜୋର୍ ଧରୁଛି । ଆସନ୍ତା ୧୬ ତାରିଖରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର କ.ନୁଆଗାଁ ବ୍ଲକର ୧୪ଟି ପଞ୍ଚାୟତ ଓ ବାଲିଗୁଡ଼ା ବ୍ଲକର ୧୪ଟି ଗ୍ରାମ ପଞ୍ଚାୟତରେ ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ ହେବାକୁ ଥିବା ବେଳେ ବାଲିଗୁଡ଼ା ଅଞ୍ଚଳରେ ଲଗାତାର ଭାବେ ମାଓ ସଙ୍ଗଠନ ପୋଷ୍ଟର ବ୍ୟାନର ଜାରିକରି ନିଜର ସ୍ଥିତି ଜାହିର କରିବା ସହ ବିଭିନ୍ନ ଅଞ୍ଚଳରେ ଭୋଟ୍ ବର୍ଜନ କରିବାକୁ ଆହ୍ବାନ ଦେଇଛି । ଏହା ପୋଲିସ୍ ଓ ପ୍ରଶାସନ ପାଇଁ ଏବେ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଶାନ୍ତି ଶୃଙ୍ଖଳା ସହ ଭୋଟ୍ ଗ୍ରହଣ କାର୍ଯ୍ୟ ସାରିବାପାଇଁ ପ୍ରସ୍ତୁତି ଜାରୀ ରହିଛି । ସେପଟେ ପରିସ୍ଥିକୁ ଦୃଷ୍ଟିରେ ରଖି ପୋଲିସ୍ ପକ୍ଷରୁ ଦିନରାତି ପେଟ୍ରୋଲିଂ କରାଯିବାସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ଜଣାପଡ଼ିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ