ନିଜ ପଞ୍ଚାୟତରେ ଜୋରଦାର ପ୍ରଚାର କଲେ 

ଛତ୍ରପୁର, (ଦେବଦତ୍ତ ମହାରଣା) :-ଗଂଜାମ ଜିଲ୍ଲା ଛତ୍ରପୁର ବ୍ଲକର ୨୦ନଂ ଜିଲ୍ଲାପରିଷଦ ସଭ୍ୟ ନିମନ୍ତେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ.ଧନଞ୍ଜୟ ରେଡ୍ଡି ନିଜ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଛନ୍ତି । ଆଜି ଖୋଦ୍ ନିଜ ପଞ୍ଚାୟତ ତଥା ଚିକଲଖଣ୍ଡି ପଂଚାୟତରେ ଶ୍ରୀ ରେଡ୍ଡି ନିଜ ଶକ୍ତି ପ୍ରଦର୍ଶନ କରିଛନ୍ତି । ସମସ୍ତ ବର୍ଗ ର ସମର୍ଥକ ମାନଙ୍କୁ ସାଥୀରେ ଧରି ସେ ବିରାଟ ପଟୁଆରରେ ପଞ୍ଚାୟତ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି । ଏହାଦ୍ୱାରା ତାଙ୍କୁ ପଞ୍ଚାୟତର ଜନସାଧାରଣ ବିପୁଳ ମାତ୍ରାରେ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଏହି ପ୍ରଚାର ରେ ପୂର୍ବତନ ସାଂସଦ ପ୍ରତିନିଧୀ ଜି.ପାପା ରାଓ, ପୁର୍ବତନ ଛତ୍ରପୁର ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ଦେବାଶିଷ ମିଶ୍ର, ସନମୁଖ ପଟ୍ଟନାୟକ, ଏନ.ଗିରିଧର ରାଓ, ଏସ.କାନ୍ତେୟା ରେଡ୍ଡୀ ଙ୍କ ସମେତ ଚିକଲଖଣ୍ଡି ପଞ୍ଚାୟତର ବହୁ ମହିଳା, ଯୁବକ ଏବଂ ତୁଙ୍ଗ ନେତା ମାନେ ସାମିଲ ହୋଇ ପଂଚାୟତର ଘର କୁ ଘର ବୁଲି ଦଳୀୟ ପ୍ରାର୍ଥୀ ଏମ.ଧନଞ୍ଜୟ ରେଡ୍ଡୀ ଏବଂ ଚିକଲଖଣ୍ଡି ପଞ୍ଚାୟତର ବିଜେଡି ସମର୍ଥିତ ସରପଂଚ ପ୍ରାର୍ଥୀ ସନ୍ତୋଷ କୁମାର ବେହେରା ଓ ସମିତିସଭ୍ୟ ପ୍ରାର୍ଥୀନୀ ସ୍ୱାଗତିକା ପ୍ରଧାନ ଙ୍କ ନିମନ୍ତେ ନିର୍ବାଚନ ପ୍ରଚାର କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଜନ ମଙ୍ଗଳ ଯୋଜନା ଓ ବିକାଶ ମୂଳକ କାର୍ଯ୍ୟକୁ ଆଧାର କରି ଏହି ନିର୍ବାଚନୀ ପ୍ରଚାର ଚାଲିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ