ବିଞ୍ଚଣା ବାଣ୍ଟି ପ୍ରଚାର କରୁଛନ୍ତି ପ୍ରାର୍ଥୀ

ହାଟଡିହି, (ବିକାଶ ବିଶ୍ୱାଳ ) :-ନିର୍ବାଚନ ପ୍ରଚାର ସମୟରେ ଭୋଟର ମାନଙ୍କୁ ଆକୃଷ୍ଟ କରିବାପାଇଁ କିଏ କେତେ ପ୍ରକାର ଉଦ୍ୟମ କରୁଛନ୍ତି । କିଏ ନିଜର ମାଛ ଚିହ୍ନ ପାଇଁ ଘରକୁ ଘର ବୁଲି ମାଛ ବାଣ୍ଟୁଛି ତ ଆଉ କିଏ ଷ୍ଟୁଲ ଚିହ୍ନ ପାଇଁ ଷ୍ଟୁଲ ଓ ଆଉ କିଏ ଖୋଲାବହି ଚିହ୍ନ ପାଇଁ ବହି ବାଣ୍ଟିଲାଣି । ସେହିପରି ହାଟଡିହି ବ୍ଲକ ପନ୍ଦାଡୋ ପଞ୍ଚାୟତରେ ଜଣେ ସମିତିସଭ୍ୟ ପ୍ରାର୍ଥୀ ନିଜର ବିଞ୍ଚଣା ଚିହ୍ନ ପାଇଁ ବିଞ୍ଚଣା ବାଣ୍ଟୁଥିବା ଦେଖିବାକୁ ମିଳିଛି । ଗ୍ରାମର ହରିଶ୍ଚନ୍ଦ୍ର ରାଉତ ପନ୍ଦାଡୋ ପଞ୍ଚାୟତର ସମିତିସଭ୍ୟ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଭୋଟର ମାନେ ତାଙ୍କ ଚିହ୍ନକୁ ମନେ ରଖିବାପାଇଁ ସେ ନିଜର ସମର୍ଥକ ମାନଙ୍କ ସହିତ ଘରକୁ ଘର ବୁଲି ବିଞ୍ଚଣା ବାଣ୍ଟୁଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ