ରାଜ୍ୟ ସରକାରଙ୍କ ତରଫରୁ 15 ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-କୋଭିଡରେ ପ୍ରାଣ ହରାଇଥିବା ନ୍ୟୁଜ୍-7ର କାର୍ଯ୍ୟକ୍ରମ ବ୍ୟବସ୍ଥାପିକା ତଥା ସାମ୍ବାଦିକା ସ୍ୱର୍ଗୀୟା ସବନମ୍ ସିରିନ୍ ଙ୍କ ପରିବାରକୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର 15 ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ଆବଶ୍ୟକ ତଥ୍ୟ ସଂଗ୍ରହ ପରେ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଏହି ସହାୟତା ରାଶି ସବନମ୍ ଙ୍କ ସ୍ୱାମୀ କମରୁଦ୍ଦିନ୍ ଖାଁଙ୍କୁ ପ୍ରଦାନ କରାଯ।ଇଛି ।ଭୁବନେଶ୍ୱରରେ କାର୍ଯ୍ୟରତ ସାମ୍ବାଦିକା ସ୍ୱର୍ଗୀୟା ସରିନ୍ ଗତ 2021 ମସିହା ମଇ ମାସ11 ତାରିଖରେ କୋଭିଡ୍ ରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ । ପ୍ରକାଶ ଥାଉକି, ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେଏହି ଅର୍ଥ ସବନମ୍ ଙ୍କ ସ୍ୱାମୀ ଓ ସେମାନଙ୍କ ନାବାଳିକା ଝିଅସିନମ୍ ସରିନ୍ଙ୍କ ଯୁଗ୍ମ ଜମାଖାତାକୁ ଅନ୍ ଲାଇନ୍ ମାଧ୍ୟମରେ ପ୍ରଦାନ କରାଯାଇଛି । ଏହି ସହାୟତା ପାଇବା ପରେ ହିତାଧିକାରୀ କମରୁଦ୍ଦିନ୍ ସୂଚନା ଓ ଲୋକସମ୍ପର୍କ ବିଭାଗ ତଥା ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏହି ସହାୟତା ରାଶି ପ୍ରଦାନ ସମୟରେ ଅତିରିକ୍ତ ଜିଲ୍ଲାପାଳ,ଖୋର୍ଦ୍ଧା ଶ୍ରୀ ଅନୂଜ କୁମାର ଦାସ ପଟ୍ଟନାୟକ, ଜିଲ୍ଲା ଆପତକାଳୀନ ଅଧିକାରୀ ଶ୍ରୀମତୀ ଊର୍ମିପ୍ରଭା ମହାପାତ୍ର ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଭୁବନେଶ୍ୱର ଶ୍ରୀ ପଠାଣି ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ