ସବ୍‌ରେଜିଷ୍ଟ୍ରୀ ନିକଟରେ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : କୋର୍ଟ ପରିସର ସବ୍ ରେଜିଷ୍ଟାର କାର୍ଯ୍ୟାଳୟ ନିକଟରେ ମହାବୀର ମନ୍ଦିରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସେହିପରି ସତ୍ୟସାଇ ସେବା ସଂଗଠନ ଓଡ଼ିଶା ଏବଂ ଭୁବନେଶ୍ୱର ଓକିଲ ସଂଘ ମିଳିତ ଉଦ୍ୟମରେ କୋର୍ଟ ପରିସର ସବ୍ ରେଜିଷ୍ଟାର କାର୍ଯ୍ୟାଳୟ ନିକଟରେ ଗେଟ୍ ନଂ ୮ଠାରେ ଏକ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ସ୍ଥାପିତ ହୋଇଯାଇଛି । ଏଥିରେ ସତ୍ୟସାଇ ସେବା ସଂଗଠନର ରାଜ୍ୟ ସଭାପତି ନାରାୟଣ ପ୍ରସାଦ ସର, ସୁଶାନ୍ତ କୁମାର ପଟ୍ଟନାୟକ, ସି. ଜଗଦୀଶ, ଉମେଶ କୁମାର ବିଶ୍ୱାଳ, ସି. ମନିକୁମାରୀ, ଡେଜି ଶତପଥୀ, ସବିତା କୁମାରୀ ଏବଂ ବହୁ ସଦସ୍ୟ ଯୋଗଦାନ କରିଥିଲେ । ଉକ୍ତ ଉତ୍ସବରେ ଭୁବନେଶ୍ୱର ବାର୍ ଆସୋସିଏସନର ସଭାପତି ନିର୍ମଳ କିଶୋର ରଥ, ସମ୍ପାଦକ ରାଜକିଶୋର ଦାସ, ଉପସଭାପତି ଦେୀବଦତ ବାରିକ୍‌, ଯୁଗ୍ମ ସମ୍ପାଦକ ଅଶୋକ କୁମାର ବଡ଼ପଣ୍ଡା, କୋଷାଧ୍ୟକ୍ଷ ଲିଙ୍ଗରାଜ ମହାରଣା, ସହ ସମ୍ପାଦକ ଶିବ ନାରାୟଣ ସାହୁ ସଂଘ କାର୍ଯ୍ୟକାରୀ କମିଟି ସଭ୍ୟ ସୁରେଶ କୁମାର ଦାସ, ଅଭିଜିତ୍ ମିଶ୍ର, ସବ୍ୟସାଚ୍ଚି ସୂତାର, ଅସିତ ମହାପାତ୍ର, ଅମୂଲ୍ୟ ପ୍ରସାଦ ନାୟକ, ଅମରେଶ ସ୍ୱାଇଁ, ଲିନା ପଟ୍ଟନାୟକ, ପ୍ରମିଳା ଜାଲି ନାରାୟଣ ଜେନା, ସମେତ ବହୁ ବରିଷ୍ଠ ଓ ଯୁବ ଆଇନଜୀବୀମାନେ ସାମିଲ ହୋଇଥିଲେ ବୋଲି ବାର ଆସୋସିଏସନର ସମ୍ପାଦକ ଶ୍ରୀ ଦାସ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ