ସ୍ୱର୍ଗତ ମନ୍ଦରଧର ସାହୁଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଗଣିଜାଙ୍ଗ ପଞ୍ଚାୟତର ପ୍ରବାଦ ପୁରୁଷ ସ୍ୱର୍ଗତ ମନ୍ଦରଧର ସାହୁଙ୍କ ୨ୟ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ରାଷ୍ଟ୍ରପତି ପୁରସ୍କୃତ ଅବସରପ୍ରାପ୍ତ ଶିକ୍ଷକ ଅଲେଖ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଗଣିଜାଙ୍ଗ ସେବା ସମବାୟ ସମିତିର ପୂର୍ବତନ ସଭାପତି ଜଗନ୍ନାଥ ପାଣିଗ୍ରାହୀ, ଗଣିଜାଙ୍ଗ ପଞ୍ଚାୟତ ବିଜେଡି ସଭାପତି ଭୀମ ଚରଣ ସାମଲ, ଆଇନଜୀବୀ ଅଣାକାର ମଲ୍ଲିକ ଯୋଗ ଦେଇ ସ୍ୱର୍ଗତ ସାହୁଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସ୍ୱର୍ଗତ ସାହୁଙ୍କ ଜ୍ୟୋଷ୍ଠ ପୁତ୍ର ଇଂ.ସୁରତ୍ନ କୁମାର ସାହୁ, କନିଷ୍ଠ ପୁତ୍ର ତଥା ସରପଞ୍ଚ ରଞ୍ଜନ କୁମାର ସାହୁ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଶ୍ରଦ୍ଧାସୁମନ ଅର୍ପଣ କରାଯିବା ପରେ ସତ୍ୟବ୍ରତ ପଣ୍ଡା ଓ ଦୁଃଶାସନ ଗ୍ରହାଚାର୍ଯ୍ୟଙ୍କ ଦ୍ୱାରା ବେଦ ପାଠ କରାଯାଇଥିଲା । ଇଂ.ରଶ୍ମିତା ସେଠୀ, ଇଂ.ମନୋରଂଜନ ସେଠୀ, ରାମ ଚନ୍ଦ୍ର ପଣ୍ଡା, ମନୋଜ କୁମାର ପଣ୍ଡା, ଶ୍ରୀଧର ବେହେରା, ରାଜେନ୍ଦ୍ର ବେହେରା, ଚିତ୍ରସେନ ପଣ୍ଡା, ସତ୍ୟରଂଜନ ବେହେରାଙ୍କ ସମେତ ଶତାଧିକ ବ୍ୟକ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ