ପ୍ରଚାରର ଶେଷ ଦିନରେ ପଞ୍ଚାୟତରେ ବିଜେପିର ଜୋରଦାର୍ ପ୍ରଚାର

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :-ଆଜି ରାଜ୍ୟର ବିଭିନ୍ନ ବ୍ଳକ୍ ରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ କାଁ ଭାଁ ଗଣ୍ଡଗୋଳ ଭିତରେ ସରିଥିବା ବେଳେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର ମଧ୍ୟ ଶେଷ ହୋଇଛି I ଏହି ଅବସରରେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ରେ ଆସନ୍ତା 20 ତାରିଖରେ ତିନୋଟି ଜିଲ୍ଲାପରିଷଦ ଜୋନ୍ ସମେତ 18 ଟି ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ୍ ସଭ୍ୟ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ବେଳେ ପ୍ରଚାରର ଶେଷ ଦିନରେ ଖଇରପୁଟି ପଞ୍ଚାୟତରେ ବିଜେପି ତରଫରୁ ଜୋରଦାର୍ ପ୍ରଚାର କରାଯାଇଛି I ଏହି ପଞ୍ଚାୟତକୁ ବିଜେଡ଼ି ହାତରୁ ଛଡ଼ାଇ ଆଣିବା ପାଇଁ ବିଜେପି ନେତା ଏବଂ କର୍ମୀମାନେ ପ୍ରାଣମୂର୍ଛା ଉଦ୍ୟମ କରିଛନ୍ତି I ପଞ୍ଚାୟତର ଖଇରପୁଟି, ବଡ଼ସାଦରା, ସାନସାଦରା ଏବଂ ଇନ୍ଧନପୁର ଗ୍ରାମରେ ବିଜେପି କର୍ମୀମାନେ 48 ନମ୍ବର୍ ଜୋନ୍ ଜିଲ୍ଲାପରିଷଦ ପ୍ରାର୍ଥୀ ସୁଧୀର କୁମାର ଜେନାଙ୍କ ସମେତ ଖଇରପୁଟି ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ସତ୍ୟବାନ ସ୍ୱାଇଁ , ସମିତିସଭ୍ଯା ପ୍ରାର୍ଥୀନୀ ଶାନ୍ତି ବେହେରା ଏବଂ ୱାର୍ଡସଭ୍ଯ ପ୍ରାର୍ଥୀମାନଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ