ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ

ଛତ୍ରପୁର, (ଦେବଦତ୍ତ ମହାରଣା) :-ରୋଟାରୀ କ୍ଲବ ଅଫ୍ ବ୍ରହ୍ମପୁର ଇଷ୍ଟ ପକ୍ଷରୁ ବ୍ରହ୍ମପୁର କୋର୍ଟପେଟା ଛକ ସ୍ଥିତ ସ୍ମାଇଲ ଡିଭାଇନ ସେଣ୍ଟର ସହ ଯୋଗରେ ଛତ୍ରପୁର ବ୍ଲକ ଅନ୍ତର୍ଗତ ଅଗସ୍ତି ନୂଆ ଗାଁ ଠାରେ ଥିବା ଚିଦାନନ୍ଦ ଦିବ୍ୟ ଧାମ ପରିସରରେ ଏକ ଦନ୍ତ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ସଭାପତି କାମରାଜୁ ମହାରଣାଙ୍କ ନେତୃତ୍ୱରେ ଆୟୋଜିତ ଏହି ଶିବିରରେ ରୋଟାରୀ ଜୋନାଲ କୋର୍ଡିନେଟର ଏସ୍‌. ରେଖା ମହାନ୍ତି, ସମ୍ପାଦକ ଜୟନ୍ତ କିଶୋର ପାତ୍ର, ଅରୁଣ ଚାନ୍ଦ ଦାସ, ଅସୀତ ଦତ୍ତ, ଲିଙ୍ଗରାଜ ନାୟକ, ଅଜିତ ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ । ଡାକ୍ତର ଗୌରବ ସାହୁ ଓ ଡାକ୍ତର ଅର୍ପିତା ମହାନ୍ତି ସମସ୍ତ ବୟୋବୃଦ୍ଧ ଅନ୍ତେବାସୀ ଓ ଆଶ୍ରମକୁ ଆସୁଥିବା ପରିବ୍ରାଜକ ମାନଙ୍କ ଦନ୍ତ ପରୀକ୍ଷା କରିଥିଲେ । ଆଶ୍ରମର ମୁଖ୍ୟ ଟ୍ରଷ୍ଟି ବିପ୍ର ଚରଣ ପାତ୍ର ଶିବିରକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ