ତାରକାଙ୍କ ପ୍ରଚାରରେ ଦୁଲୁକୁଛି ଗାଁ ଗଣ୍ଡା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ସରକାର ନିର୍ବାଚନ ପ୍ରଚାର କଟକଣା କୋହଳ କରିବା ପରେ ଏବେ ସରପଞ୍ଚଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ପରିଷଦ ଓ ସମିତି ସଭ୍ୟ ପ୍ରାର୍ଥୀମାନେ ପ୍ରଚାରକୁ ଜୋରଦାର କରିଲେଣି । ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ବିଭିନ୍ନ ଗୀତରେ ଗାଁଗଣ୍ଡା ଦୁଲୁକିବା ସହିତ ବାଇକ ରାଲି ଓ ରୋଡ଼ ଶୋ ମଧ୍ୟ ଆରମ୍ଭ ହୋଇଯାଇଛି । ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ପ୍ରାର୍ଥୀଙ୍କ ପ୍ରଚାର ଓ କର୍ମୀଙ୍କ ଉତ୍ସାହ ସେତିକି ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଗଜପତି ଜିଲ୍ଲା ଗୁମ୍ମା ବ୍ଲକରେ ଆସନ୍ତା ୨୨ ତାରିଖ ମଙ୍ଗଳବାର ତଥା ନିର୍ବାଚନକୁ ଆଉ ମାତ୍ର ୩ଦିନ ବାକି ରହିଥିବା ବେଳେ । ଏହାର ସୁଯୋଗରେ ବିଜେଡ଼ି ମେଘା ରୋଡ଼ ଶୋ, ଶୋଭାଯାତ୍ରା ସହ ଓଡ଼ିଆ ଚଳଚିତ୍ରର ଘରେ ଘରେ ପରିଛିତ ସିନେ ତାରକା ଲିପ୍ସା ମିଶ୍ରଙ୍କୁ ୩ନଂ ଜୋନର ଗ୍ଲେଡି ଗମାଙ୍ଗ ଓ ୪ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟ ସନ୍ଧ୍ୟା ଶବରଙ୍କ ପାଇଁ ପ୍ରଚାର କରିଥିଲେ । ଏହି ମେଘା ରୋଡ଼ ଶୋ କୃଷ୍ଣଚନ୍ଦ୍ର ପୁର ଠାରୁ ଆରମ୍ଭ କରି ଗୁମ୍ମା ମିନି ଷ୍ଟାଡିୟମ ପର୍ଯ୍ୟନ୍ତ ଉଭୟ ସରପଞ୍ଚ ଓ ସମିତି ସଭ୍ୟଙ୍କ ପାଇଁ ମଧ୍ୟ ଭୋଟ ମାଗିଥିଲେ । ଏହାପରେ ଷ୍ଟାଡିୟମ ଠାରେ ପ୍ରଚାର ସଭାଯାତ୍ରାରେ ଆୟୋଜନ କରାଯାଇଥିଲା ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗଜପତି କଲ୍ୟାଣି ରାଣୀ, ବିଜେଡି ନେତା ଡ଼ଃ ତିରୁପତି ପାଣିଗ୍ରାହୀ, ଜିଲା ସଭାପତି ପ୍ରଦୀପ କୁମାର ନାୟକ, ରୂପେଶ ପାଣିଗ୍ରାହୀ ଓ ମାରୁତ ପାଳ ଉପସ୍ଥିତ ଥିଲେ । ସଭାର ମୁଖ୍ୟ ଆକର୍ଷଣ ଥିଲା ବିଜେଡ଼ି ସାଙ୍ଗଠନିକ ସମ୍ପାଦନା ପ୍ରଣବ ପ୍ରକାଶ ଦାସ ଭିଡିଓ କୋଲ ମଧ୍ୟରେ ଗୁମ୍ମା ବାସୀଙ୍କୁ ବିଜେଡ଼ି ଦଳର ଜିଲ୍ଲା ପରିଷଦ ସଭ୍ୟଙ୍କୁ ଶଙ୍କ ଚିହ୍ନରେ ଭୋଟ ଦେବାକୁ କହିଛନ୍ତି ଏବଂ ଗୁମ୍ମା ଅଞ୍ଚଳର ବିକାଶ ଧାରା କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ଲିପ୍ସା ମିଶ୍ର ସଭାରେ ଯୋଗ ଦେଇ ଗୁମ୍ମା ଅଞ୍ଚଳର ଜନସାଧାରଣଙ୍କୁ ବିଜେଡ଼ିର ଶଙ୍କ ଚିହ୍ନରେ ଭୋଟ ଦେବାକୁ ଭୋଟରଙ୍କୁ ନିବେଦନ କରିଛନ୍ତି । ପ୍ରଚାର ବେଳେ ସାଂସଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ସୁଶାସନକୁ ନେଇ ବିଭିନ୍ନ ସ୍ଲୋଗାନ ଦେଇ ବିଜେଡ଼ି ପ୍ରାର୍ଥୀନୀ ସନ୍ଧ୍ୟା ଓ ଗ୍ଲେଡ଼ିଙ୍କୁ ବିପୁଳ ପରିମାଣର ଭୋଟ ଦେଇ ଜୟଯୁକ୍ତ କରନ୍ତୁ ବୋଲି ଭୋଟ ଭିକ୍ଷା କରିଥିଲେ । ସେହି ପରି ବିମଳ କୁମାର ଦଳାଇ, କୋନେଶ୍ୱର ଗୌଉଡ଼, ମୋରୀୟମ ରଇତ, ପ୍ରେମିକା ରଇତ, ଡ଼ି ଆପାରାଓ, ଲଷ୍ମୀ ପରିଚା ଓ ବିପୁଳ ସଂଗ୍ୟାରେ ବିଜେଡ଼ି କର୍ମୀମାନେ ଯୋଗ ଦେଇଥିଲେ ।


