ଭୋଟ ଦେବାକୁ ମନା କରିବାରୁ ହତ୍ୟା ଧମକ ଅଭିଯୋଗ 

ହିଞ୍ଜିଳିକାଟୁ,  (ଶେଷଦେବ ସାହୁ): ଚଳିତ ମାସ ୧୬ ତାରିଖରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ଟଙ୍କା ନେଇ ଭୋଟ ଦେବାକୁ ବାଧ୍ୟ କରିବା ଓ ଭୋଟର ମନା କରିବାରୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେବା ମହଙ୍ଗା ପଡ଼ିଛି । ହିଞ୍ଜିଳିକାଟୁ ବ୍ଳକ ଗଣ୍ଡଳା ପଞ୍ଚାୟତରେ ବୁଧବାର ମତଦାନ ଚାଲିଥିବା ବେଳେ ସଂପୃକ୍ତ ଗ୍ରାମର ଅର୍ଜୁନ ସେଠି ମତଦାନ ସକାଶେ  କେନ୍ଦ୍ର ସମ୍ମୁଖରେ ଠିଆ ହୋଇଥିଲେ । ସେହି ସମୟରେ ସେହି ଗ୍ରାମର ୨ ଜଣ ଯୁବକ ଦିପକ ପଣ୍ଡା ଓ ରାମକୃଷ୍ଣ ମହାନ୍ତି ନିର୍ଦ୍ଧିଷ୍ଠ ସରପଞ୍ଚ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଟଙ୍କା ଜାଚିଥିଲେ । ଅର୍ଜୁନ ମନା କରିବାରୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ଏ ନେଇ ଅର୍ଜୁନ ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ ନଂ- ୯୦/୨୨ରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ