ଶେଷ ଦିନରେ ପଞ୍ଚାୟତରେ ମଞ୍ଜୁଲତାଙ୍କ ହାଇ ଭୋଲଟେଜ୍ ପ୍ରଚାର

କୋଦଳା,  (ଗୁଲସନ କୁମାର କର) :-ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟ ପାଇଁ ପ୍ରଚାର ମଧ୍ୟ ଶେଷ ଦିନରେ ପହଞ୍ଚିଛି । ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମଠସରସିଙ୍ଗି ଗ୍ରାମ ପଞ୍ଚାୟତରେ ବିପୁଳ ଜନ ସମର୍ଥନ ସହ ଉକ୍ତ ପଞ୍ଚାୟତର ୪ ଟି ଗ୍ରାମରେ ପ୍ରଚାର କରିଛନ୍ତି ସମାଜସେବୀ ରବିନ୍ଦ୍ର ବେହେରା । ପ୍ରଚାର ସହ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଛନ୍ତି ରବିନ୍ଦ୍ରକଂ ପରିବାରରୁ ସରପଞ୍ଚ ପ୍ରାର୍ଥୀନୀ ଭାବେ ପ୍ରତିଦ୍ୱନ୍ଦିତା କରୁଥିବା ମଞ୍ଜୁଲତା ବେହେରା । ଅନେକ ସଂଖ୍ୟକ ମହିଳା ଓ ପୁରୁଷ ଭୋଟର ଏହି ପ୍ରଚାରରେ ସାମିଲ ହୋଇ ମଞ୍ଜୁଲତାକୁଂ ମାଛ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ । ଏହି ପଞ୍ଚାୟତରେ ପରିବର୍ତ୍ତନ ଆଣିବା ସହ ଦୁର୍ନୀତିମୁକ୍ତ ପଞ୍ଚାୟତ ଓ ସ୍ଵଛ ଶାସନ ବଳରେ ଏକ ଆଦର୍ଶ ପଞ୍ଚାୟତ ଗଠନ କରିବା ମୁଦ୍ଦା ନେଇ ନିର୍ବାଚନରେ ଭୋଟ୍ ଭିକ୍ଷା କରିଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଯୋଜନାରେ ରବିନ୍ଦ୍ର ଏହି ପଞ୍ଚାୟତରେ ସରପଞ୍ଚ ଭାବେ ବିଜୟୀ ହୋଇଥିଲେ ମଧ୍ୟ କିଛି କୁଚକ୍ରି ଗୋଷ୍ଠୀ ଷଡ଼ଯନ୍ତ୍ର କରି ତାଙ୍କୁ ପୂର୍ଵରୁ ଗାଦିଚ୍ୟୁତ କରିଥିଲେ ବୋଲି କହିଛନ୍ତି ରବିନ୍ଦ୍ର । ଲୋକଙ୍କ ସେବା କରିବା ସହ ସୁସ୍ଥ ପଂଚାୟତ ଗଠନ କରିବା ହେଉଛି ମୁଖ୍ୟ ଲକ୍ଷ୍ୟ ବୋଲି ସେ କହିଛନ୍ତି । କୌଣସି ପଦପଦବୀରେ ନଥାଇ ମଧ୍ୟ ଏହି ପଞ୍ଚାୟତର ସବୁ ବର୍ଗର ଲୋକଙ୍କୁ ପ୍ରତି ସମୟରେ ସହଯୋଗ କରୁଥିବା ରବିନ୍ଦ୍ରକଂ ପାଇଁ ପ୍ରଚାର କରିବାକୁ ସ୍ୱେଚ୍ଛାକୃତ ଭାବେ ଲୋକେ ଆସିଥିବା ବେଳେ ଆବାସ ଯୋଜନା, ଭତ୍ତା, ପାଇଖାନା, ରାସନ କାର୍ଡ ବିଭିନ୍ନ ସରକାରୀ ଯୋଜନା ଗୁଡିକ ସାଧାରଣ ଲୋକଙ୍କ ନିକଟରେ କିଭଳି ସୁରୁଖୁରୁରେ ପହଞ୍ଚିବ ସେ ନେଇ ଉଦ୍ୟମ କରିବେ ବୋଲି କହିଛନ୍ତି ରବିନ୍ଦ୍ର । ଗ୍ରାମରେ ଅନେକ ଉନ୍ନତିମୂଳକ କାର୍ଯ୍ୟ ମଧ୍ୟ ପଡିରହିଛି ତାହାକୁ ସେ ସରପଞ୍ଚ ହେବା ପରେ କାର୍ଯ୍ୟରେ କରି ଦେଖେଇବା ସହ ସେ ତାଙ୍କ ପଞ୍ଚାୟତର ମଠବ୍ରହ୍ମପୁର, ଶାଳବଣ, ମଠସରସିଙ୍ଗି ଏବଂ ବାଦର୍ଖପଲ୍ଲୀରେ ଉନ୍ନତିକରଣ ସହ ଆଦର୍ଶ ପଞ୍ଚାୟତ ଗଠନ କରିବା ସହ ଭୋଟରଙ୍କୁ ଭୋଟ ଦେବାକୁ ସହ ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ