କେନ୍ଦ୍ରିୟ ଵନାଂଚଳ ଭଞ୍ଜନଗର ତରଫରୁ ଓଡ଼ିଶା ଵନାଂଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) : -ଉତ୍ତର ଘୁମୁସର ବନଖଣ୍ଡ ଅଧିନସ୍ଥ କେନ୍ଦ୍ରିୟ ଵନାଂଚଳ ଅନ୍ତର୍ଗତ ଗାଙ୍ଗପୁର ସେକ୍ସନର ଆସ୍କା,ଵେଲଗୁଣ୍ଠା,ସୋରଡା ଵ୍ଳକ ଅଧିନ ଓ କେନ୍ଦ୍ରିୟ ଵନାଂଚଳ ଅଧିନରେ ପରିଚାଳିତ ମାଳତୀ, ବିଞ୍ଝଗିରୀ , ଗୋପନଗର, ମଠସାହି, ପର୍ଶୁଲୁଣ୍ଡା (ପ୍ରତାପ ଲକ୍ଷ୍ମଣ ପୁର),ଦୁମୁଦୁମି,ସୁନାପଲ୍ଲି ଵଂଜର,କୁମୁଣ୍ଡି ଭଳି ଆଠ ଗୋଟି ଵନସୁରକ୍ଷା ସମିତିର ସଭ୍ୟ ସଭ୍ୟା, ନିମେଟର୍, ଆବର୍ତ୍ତନ ପାଣ୍ଠି ଋଣ ପ୍ରସ୍ତାବକ କମିଟି ସଭ୍ୟ ସଭ୍ୟା ଜଂଗଲ ଓ ପରିବେଶ ପ୍ରେମୀ ପାଇଁ ବୁଢ଼ାକେନ୍ଦୁ ମନ୍ଦିର ପ୍ରାଙ୍ଗଣରେଏକ ଦିନିକିଆ ତାଲିମ୍ ଶିବିର ଵନାଂଚଳ ଅଧିକାରୀ କୁମର ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଯାଇଛି I ଏହି ତାଲିମ୍ ଶିବିରରେ ଉତ୍ତର ଘୁମୁସର ବନଖଣ୍ଡ ଭଂଜନଗର ସ୍ଥିତ ଓଡିଶା ଵନାଂଚଳ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ -ଦୁଇ ର ଏସ୍.ଏମ୍.ଏସ ସାନ୍ତନୁ କୁମାର ସାହୁ ଓ କାହ୍ନୁ ଚରଣ ସାହୁ ଯୋଗ ଦେଇଥିବା ବେଳେ ଵନପାଳ ଜି ଭେଙ୍କଟ ରାଓ ଦୋରା, ଜିତେନ୍ଦ୍ର କୁମାର ମଲ୍ଲିକ,ବନରକ୍ଷୀ ବିଜ୍ଞାନୀ ବେହେରା,ଏଫ୍.ଏମ୍.ୟୁ ସଂଯୋଜକ ପ୍ରଶାନ୍ତ କୁମାର ସାହୁ ଏବଂ ସନ୍ତୋଷ କୁମାର ଡାକୁଆ ଯୋଗଦେଇ ଆବର୍ତ୍ତନ ପାଣ୍ଠି କ’ଣ,ତାହାର ପରିଚାଳନା କିପରି ଓ କାହା ଦ୍ୱାରା ପରିଚାଳନା କରାଯିବ, ଆବର୍ତ୍ତନ ପାଣ୍ଠିର ସୁବିନିଯୋଗ ସହ ଵନସୁରକ୍ଷା ସମିତିର ଆବର୍ତ୍ତନ ପାଣ୍ଠିକୁ କିପରି ଵଢାଇ ତାହା ଗରିଵ ପରିଵାରର ଜୀବିକାର ଉନ୍ନତି ସହ ନିରନ୍ତର କରିବାରେ ସହାୟକ ହୋଇ ପାରିବ ଏବଂ ସ୍ଵୟଂସହାୟକ ଗୋଷ୍ଠୀ ସଭ୍ୟା ମାନେ ଗୋଷ୍ଠିଭିତ୍ତିକ ଜିଵୀକାର ଉନ୍ନତି ହୋଇପାରିବ ତାହା ଉପରେ ତଥ୍ୟ ସହଭାଗିତା ମାଧ୍ୟମରେ ଆଦାନ ପ୍ରଦାନ କରାଯାଇଥିଲା I ଏହା ସହିତ ଜଙ୍ଗଲକୁ ନିଆଁ ଦାଉରୁ କିପରି ରକ୍ଷା କରାଯିବ, ଜଙ୍ଗଲରେ କିପରି ନିଆଁର କାରଣ ଓ ତାର ପ୍ରତିକାର,ଜଙ୍ଗଲରେ ଅଗ୍ନି ନିରୋଧ ରେଖା ନିର୍ମାଣ, ଲୋକମାନଙ୍କୁ ନେଇ ସଚେତନ ଶିବିର ଆୟୋଜନ ଆଦି ବିଷୟରେ ଆଲୋଚନା କରାଯାଇ ଜଂଗଲ ସୁରକ୍ଷା ଉପରେ ଗୁରୁତ୍ବ ଦିଆଯିଵା ସହ ଵନାଗ୍ନି ପ୍ରଶମନ ଉପରେ ଏକ ଶପଥ ପାଠ କରାଯାଇଥିଲା I ଏହି କାର୍ଯ୍ୟକ୍ରମ ପରିଚାଳନାରେ ଅମିତ୍ କୁମାର ସାବତ,ଉତ୍ତମ ପ୍ରଧାନ,ଶିଵରାମ ବିଷୋୟୀ ସହଯୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ