ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ ଉତ୍କଳ ସାମ୍ବାଦିକ ସଂଘ ର ନିନ୍ଦା

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଚଳିତ ପଞ୍ଚାୟତ ନିର୍ବାଚନରେ ଗଣମାଧ୍ୟମ ପ୍ରତିନିଧିମାନେ ନିୟମିତ ଆକ୍ରୋଶର ଶିକାର ହୋଇ ଚାଲିଛନ୍ତି । ଯାଜପୁରର ବିଞ୍ଝାରପୁର,ଭଦ୍ରକର ଚାନ୍ଦବାଲି ,ପିପିଲି,କଣସାଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଚାଲିଛି । ସେମାନଙ୍କୁ ପୁଲିସ କିମ୍ବା ପ୍ରଶାସନ ସୁରକ୍ଷା ଦେବାରେ ବିଫଳ ହୋଇଛି । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଏପରି ଆକ୍ରମଣର ଆମର ସୁସ୍ଥ ଗଣତାନ୍ତ୍ରିକ ପଦ୍ଧତି ପ୍ରତି ବିପଦ ସୃଷ୍ଟି କରିଛି । ନିର୍ବାଚନ ସମୟରେ ପ୍ରଶାସନିକ ଅପାରଗତାକୁ ଲୋକ ଲୋଚନକୁ ଆଣିବାକୁଯାଇ ସେମାନେ କେତେକ ରାଜନୈତିକ ଦଳର ନେତା,କର୍ମୀଙ୍କ ଆକ୍ରୋଶର ଶିକାର ହୋଇଛନ୍ତି । ରବିବାର ଯାଜପୁର ଠାରେ ଯେଉଁ ଘଟଣା ଘଟିଲା ; ତାକୁ ଯେତେ ନିନ୍ଦା କଲେ ମଧ୍ୟ କମ୍ ହେବ । ସେହିପରି ତିହିଡି ବ୍ଲକ ଫତେପୁର ପଞ୍ଚାୟତର ଏକ ବୁଥରେ ଜଣେ ମହିଳା ଯେଭଳି ଭାବରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଅଶାଳୀନ ବ୍ୟବହାର କରିବା ସହ ଧମକ ଦେଇଥିଲେ ; ତାହ ଅତ୍ୟନ୍ତ ନିନ୍ଦନୀୟ । ତେଣୁ ଆଗାମୀ ଦିନରେ ଗଣମାଧ୍ୟମ ପ୍ରତିନିଧିଙ୍କ ସୁରକ୍ଷା ଦିଗରେ ପୁଲିସ ପ୍ରଶାସନ ଯତ୍ନବାନ ହେବାକୁ ଭଦ୍ରକ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଏ ନେଇ ଉତ୍କଳ ସାମ୍ବାଦିକ ସଂଘର ଭଦ୍ରକ ଜିଲ୍ଲା ସଭାପତି ରବିନାରାୟଣ ଖିଲାର କାର୍ଯ୍ୟକାରୀ ସଭାପତି ଚାରୁଦତ୍ତ ନାୟକ, ରାଜ୍ୟସଂଗଠକ ଅପୂର୍ବ ରଞ୍ଜନ ବେହେରା, ରମେଶ ପାଗଳ, ମନୋରଞ୍ଜନ ବାରିକ, ସାଧନ କୁମାର ଧର,ପ୍ରକାଶ ମହାପାତ୍ର,ରାଜେନ୍ଦ୍ର ଶତପଥି,ଦୁର୍ଯ୍ୟୋଧନ ଲେଙ୍କ ଶ୍ୟାମ ମହାପାତ୍ର ଙ୍କ ନେତୃତ୍ୱରେ ଏକ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।ଏହି ଘଟଣାକୁ ସାମ୍ବାଦିକ ମାନେ ଦୃଢ ନିନ୍ଦା କରିଛନ୍ତି । ସମସ୍ତ ଅଭିଯୋଗର ଅଭିଯୁକ୍ତମାନେ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ତ୍ରିଲୋଚନ ମାଝୀ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ