ନଗରପାଳ ପାଇଁ ପୂର୍ବତନ କାଉନସିଲରଙ୍କୁ ନେଇ ସାରା ସହରରେ ଚର୍ଚ୍ଚା

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡ଼ା ପୌରପାଳିକାର ନଗରପାଳ ପଦବୀ ପାଇଁ ପୂର୍ବତନ କାଉନସିଲର ରେଣୁବାଳା କରଙ୍କ ନାମକୁ ନେଇ ସାରା ସହରରେ ଚର୍ଚ୍ଚା ଜୋର ଧରିଛି । ରେଣୁବାଳା ପୂର୍ବରୁ ୨ଥର କାଉନସିଲର ଭାବେ ନିର୍ବାଚିତ ହୋଇ ପୈାରବାସୀଙ୍କ ସେବା କରି ଚର୍ଚ୍ଚାରେ ଥିଲେ । ସେ କାଉନ୍‌ସିଲର ଥିବା ବେଳେ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଥିଲେ । ତାଙ୍କରି ପ୍ରଚେଷ୍ଟାରେ କେନ୍ଦ୍ରାପଡ଼ାରେ ମାର୍କେଟ କମ୍ପେ୍ଲକ୍ସ ନିର୍ମାଣ ଠାରୁ ଆରମ୍ଭ କରି ଗୋବରୀ ବାଇପାସ ରାସ୍ତା ନିର୍ମାଣ, ତିନିମୁହାଣୀ ଠାରେ ଗୋବରୀ ନଦୀରେ ସେତୁ ନିର୍ମାଣ, ସହରର ରଣପଡ଼ା ଠାରେ ସେତୁ ନିର୍ମାଣ ପର୍ଯ୍ୟନ୍ତ ବହୁ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପାଦନ ହୋଇଥିଲା । ସେହିପରି ତାଙ୍କ ପ୍ରଚେଷ୍ଟାରେ କେନ୍ଦ୍ରାପଡ଼ା ପୌରପାଳିକାର ଟିକସ ଆଦାୟ ବୃଦ୍ଧି ଘଟିଥିଲା । ତାଙ୍କରି ପ୍ରଚେଷ୍ଟରେ କେନ୍ଦ୍ରାପଡ଼ା ପୌରାଞ୍ଚଳର ଅନେକ ଯୁବକଯୁବତୀ ନିଯୁକ୍ତି ପାଇଥିଲେ । ପୈାରାଞ୍ଚଳବାସୀଙ୍କୁ ସେବା ପ୍ରଦାନରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଜଣେ ନିର୍ବିବାଦୀୟ ବ୍ୟକ୍ତିତ୍ୱ ଭାବେ କେନ୍ଦ୍ରାପଡା ପୈାରାଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ବେଶ ଆଦୃତ ହୋଇଥିବା ଦେଖିବାକୁ ମିଳିଛି । ଦଳମତ ନିର୍ବିଶେଷରେ ଲୋକମାନେ ତାଙ୍କୁ ଗ୍ରହଣ କରୁଥିବା ମଧ୍ୟ ଦେଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ