କଡା ସୁରକ୍ଷାରେ ଭୋଟ ଗଣତି
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ ) :ପରେକଡା ସୁରକ୍ଷା ବଳୟରେ ପାଟପୁର ବିଶ୍ବାସ ରାୟ ବିଜ୍ଞାନ ମହାବିଦ୍ୟାଳୟ ରଖାଯାଇଥିବା ଭୋଟ ବକ୍ସ ୭୭୪ ପ୍ରାଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବ। ଗଣତିର ପ୍ରଥମ ଦିନରେ ୫୯ ଜିଲା ପରିଷଦ ଜୋନ୍ରେ ଶନିବାର ରାତ୍ର ୪ଟା ସୁଦ୍ଧା ଗଣତି ଶେଷ ହୋଇଲା, ୫୯ ଜିଲା ପରିଷଦ ଜୋନ୍ରୁ ବିଜେଡି ୧୪୪୬୨ ଭୋଟ ପାଇ ବିଜୟ ହୋଇଥିବା ବେଳେ ଆଲୋକ ପାଣିଗ୍ରାହୀ କଂଗ୍ରେସର ୬୪୧୩ ଭୋଟ ପାଇ ଥିବା ବେଳେ ଏବଂ ବି ଜେ ପି ୩୯୩୨ ଭୋଟ ପାଇଥିବା ଜଣାପଡିଛି । ସେହିଭଳି ଅନ୍ୟାନ୍ୟ ବିଜେଡି ସମର୍ଥିତ ୭ଟି ପଂଚାୟତକଂସାମାରି ସରପଂଚ, ସମିତି ସଭ୍ୟ ଓ ପଦ୍ମପୁର ସରପଞ୍ଚ ସମିତି ସଭ୍ୟ ପଟୀଗୁଡ଼ା ସରପଞ୍ଚ ସମିତି ସଭ୍ୟ ,ସିଙ୍ଗାପୁର ସରପଞ୍ଚ ସମିତି ସଭ୍ୟ,ପୋଡାମରି ସରପଞ୍ଚ ସମିତି ସଭ୍ୟ , ଛନମେରି ସରପଞ୍ଚ ସମିତି ସଭ୍ୟ,ଟି ଗୋବନ୍ଦପୂର୍ ସରପଞ୍ଚ ସମିତି ସଭ୍ୟ, ବିଜୟୀ ହୋଇଥିବା ବେଳେ ବିଜେଡି ର କେଉଁ ଗୋଷ୍ଠି ସମର୍ଥିତରେ ବିଜୟ ହୋଇଥିବା ଜଣାପଡିନାହିଁ। ଏହି ଗଣତି ରବିବାରରେ ମଧ୍ୟ ଚାଲିଥିବା ବେଳେ ୨୮ରେ ବାକି ଥିବା ୬୧/୬୨ ଜୋନ୍ର ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡିଛି। ଭୋଟ ଗଣତି ଚାଲିଥିବା ବେଳେ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ଭି କୀର୍ତ୍ତି ଭାସନ୍ ଏବଂ ଗଞ୍ଜାମ ଏସପି ବ୍ରିଜେଶ ରାୟ ଭୋଟ ଗଣତି କେନ୍ଦ୍ର ପରିଦର୍ଶନ କରିଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପାଟପୁର ଥାନା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।


