କନ୍ଧମାଳ ଜିଲ୍ଲାର ୯ଟି ଆସନରେ ବିଜେଡି, ଦୁଇଟି ଆସନରେ କଂଗ୍ରେସ ଓ ଗୋଟିଏରେ ବିଜେପି ପ୍ରାର୍ଥୀ ବିଜୟୀ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ମୋଟ ୧୮ଟି ଜୋନ୍‌ରୁ ୧୨ଟି ବ୍ଲକର ୧୨ଟି ଜୋନର ଭୋଟ ଗଣତିର ଫଳାଫଳ ସାମନାକୁ ଆସିଛି। ବର୍ତ୍ତମାନ ସୁଦ୍ଧା ୯ଟି ଆସନ ରେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀମାନେ ବିଜୟଲାଭ କରିଛନ୍ତି। ଜିଲ୍ଲାର ଦୁଇଟି ଆସନରେ କଂଗ୍ରେସ ପ୍ରାର୍ଥୀଙ୍କ ବିଜୟ ହୋଇଛି। ଗୋଟିଏରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ କ.ନୂଆଗାଁ ଜିଲ୍ଲା ପରିଷଦ ୧ନଂ ଜୋନରେ ବିଜେଡି ପ୍ରାର୍ଥୀ ୫୦୮୫ ଭୋଟରେ ବିଜୟୀ। ବାଲିଗୁଡା ନିର୍ବାଚନ ମଣ୍ଡଳୀ କୋଟଗଡ ୨ଜିଲ୍ଲାପରିଷଦ ଜୋନରେ କଂଗ୍ରେସ ପ୍ରାର୍ଥୀ ୨୫୧୮ ଭୋଟରେ ବିଜୟୀ। କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଖଜୁରୀପଡ଼ା ବ୍ଳକ ୩ ଜୋନରେ ବିଜେଡି ପ୍ରାର୍ଥୀ ୩୪୯୦ ଭୋଟରେ ବିଜୟୀ। ଜି ଉଦୟଗିରି ନିର୍ବାଚନ ମଣ୍ଡଳୀ ଜି ଉଦୟଗିରି ବ୍ଳକ ୫ ନଂ. ଜୋନରେ ବିଜେଡି ୧୮୧୮ ଭୋଟରେ ବିଜୟୀ। ଫୁଲବାଣୀ ନିର୍ବାଚନ ମଣ୍ଡଳୀର ଚକାପାଦ ବ୍ଳକ ୬ ନଂ ଜୋନ ବିଜେପି ୫୧୭ ଭୋଟରେ ବିଜୟୀ। କନ୍ଧମାଳ ଜିଲ୍ଲା ଜି ଉଦୟଗିରି ନିର୍ବାଚନ ମଣ୍ଡଳୀ ଟିକାବାଲି ବ୍ଳକ ୭ ଜୋନରେ ବିଜେଡି ୫୫୭୬ ଭୋଟରେ ବିଜୟୀ। ବାଲିଗୁଡା ନିର୍ବାଚନ ମଣ୍ଡଳୀ ତୁମୁଡିବନ୍ଧ ବ୍ଳକ ୯ ଜୋନ ବିଜେଡି ୫୦୭୫ ଭୋଟରେ ବିଜୟୀ। ଜି ଉଦୟଗିରି ନିର୍ବାଚନ ମଣ୍ଡଳୀ ଦାରିଙ୍ଗବାଡି ବ୍ଲକ ୧୦ ଜୋନ ବିଜେଡି ୧୮୪୯ ଭୋଟରେ ବିଜୟୀ।ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଫିରିଙ୍ଗିଆ ବ୍ଳକ ୧୨ ଜୋନ ବିଜେଡି ୯୭୯୧ ଭୋଟରେ ବିଜୟୀ। କନ୍ଧମାଳ ଜିଲ୍ଲା ବାଲିଗୁଡା ନିର୍ବାଚନ ମଣ୍ଡଳୀ ବାଲିଗୁଡା ବ୍ଳକ ୧୫ ନଂ. ଜୋନରେ ବିଜେଡି ୪୮୨୭ ଭୋଟରେ ବିଜୟୀ। ଫୁଲବାଣୀ ନିର୍ବାଚନ ମଣ୍ଡଳୀ ଫୁଲବାଣୀ ବ୍ଳକ ୧୪ ଜୋନରେ ବିଜେଡି ୬୨୯୯ ଭୋଟରେ ବିଜୟୀ। ଜି ଉଦୟଗିରି ନିର୍ବାଚନ ମଣ୍ଡଳୀ ରାଇକିଆ ବ୍ଳକ ୧୭ ନଂ ଜୋନରେ କଂଗ୍ରେସ ୮୩୭ ଭୋଟରେ ବିଜୟୀ ହୋଇ ଥିବା ବେଳେ ବଳକା ଜୋନ ଗୁଡିକ ରେ ଗଣତି ଜାରୀ ରହିଥିବା ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ