୪୨ ନଂ ଜୋନରେ ବିଜେଡି ପ୍ରାର୍ଥୀ ଗଙ୍ଗାପାଣି ଜେନା ବିଜୟୀ
ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା, ବୁଗୁଡା ବ୍ଲକର ୪୨ ନଂ ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ଗଙ୍ଗାପାଣି ଜେନା ୪୭୨୦ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଏନେଇ ବୁଗୁଡା ବ୍ଲକ ନିର୍ବାଚନ ଅଧିକାରୀ ତଥା ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ଘୋଷଣା କରିଛନ୍ତି । ବିଜେଡି ପ୍ରାର୍ଥୀ ଗଙ୍ଗାପାଣି ଜେନା ୧୧୫୫୫ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ଭୁୟଁl ୬୮୩୫ ଖଣ୍ଡ ଭୋଟ ଓ କଂଗ୍ରେସ ପ୍ରାର୍ଥୀ ଜାନକୀବଲ୍ଲଭ ରାଉତ ୭୮୩ ଖଣ୍ଡ ଭୋଟ ପାଇଛନ୍ତି । ବିଜୟ ଲାଭ ପରେ ଶ୍ରୀ ଜେନା ୪୨ ନଂ ଜିଲ୍ଲା ପରିଷଦ ଅନ୍ତର୍ଗତ ଖୋଳଖାଳି, ଗୋଳାବନ୍ଧ, ଗୌଡ଼ିଆବୋରଦା, ମାଣିତରା, ମୋଟାବାଡ଼ି ଓ ଶଙ୍କୁରୁ ଗ୍ରାମପଞ୍ଚାୟତର ଜନସାଧାରଣଙ୍କୁ କୃତଜ୍ଞତା ଜଣାଇବା ସହ ସହଯୋଗୀମାନଙ୍କୁ ଧନ୍ୟବାଦ ଦେବାସହ ଶୁଭେଚ୍ଛା ଜଣାଇଛନ୍ତି। ବିଜୟର ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଧାୟକ ଶ୍ରୀକାନ୍ତ ସାହୁ ଙ୍କୁ ପ୍ରଦାନ କରିବା ସହ କୃତଜ୍ଞତା ଜାଣଇଛନ୍ତି ।


