ପୋଲସରା ବ୍ଳକର ୩୮ ଓ ୩୯ ଜୋନରେ ବିଜେଡ଼ିର ବାଜିମାତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା, ପୋଲସରା ବ୍ଳକର ୩୮ ଓ ୩୯ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡି ପୁଣି ବିଜୟୀ ହୋଇ ଗଡ ଅକ୍ତିଆର କରିପାରିଛି। ୩୮ ନଂ ଜୋନ ରେ ବିଜୁ ଜନତା ଦଳର ପୋଲସରା ବ୍ଲକ ସମ୍ପାଦକ ଅଶୋକ କୁମାର ବିଷୋୟୀ ପ୍ରତିଦ୍ୱନ୍ଦିତା କରି ବିଜୟୀ ହୋଇଛନ୍ତି । ସେ ନିଜର ନିକଟତମ ପ୍ରତିଦ୍ବନ୍ଦୀଙ୍କ ଠାରୁ ୨୪୬୪ ଖଣ୍ଡ ଅଧିକ ଭୋଟ ପାଇ ବିଜୟ ମୁକୁଟ ପିନ୍ଧିବାରେ ସଫଳ ହୋଇଛନ୍ତି । ବିଜେଡି ପ୍ରାର୍ଥୀ ଅଶୋକ କୁମାର ବିଷୋୟୀ ୧୦୬୩୮ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର କୁମାର ପାଢୀ ୮୧୬୯ ଖଣ୍ଡ ଭୋଟ ପାଇଛନ୍ତି। ସେହିପରି ୩୯ ନଂ ଜିଲ୍ଲା ପରିଷଦ ଜୋନରେ ମହିଳା ବିଜୁ ଜନତା ଦଳର ପୋଲସରା ବ୍ଲକ ସଭାନେତ୍ରୀ ଝୁନୁ ଦାଶ ପ୍ରତିଦ୍ୱନ୍ଦିତା କରି ୮୨୭୮ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ୩୯ ନଂ ଜୋନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଅଛି। ବିଜେଡି ପ୍ରାର୍ଥୀନୀ ଝୁନୁ ଦାଶ ମୋଟ ୧୫୦୬୮ ଖଣ୍ଡ ଭୋଟ ପାଇଥିବା ବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀନୀ ପ୍ରତିମା କୁମାରୀ ସାହୁ ୬୭୯୦ ଖଣ୍ଡ ଭୋଟ ପାଇଛନ୍ତି। ବିଜୟଲାଭ ପରେ ଉଭୟ ଅଶୋକ କୁମାର ସାହୁ ଓ ଝୁନୁ ଦାଶ ଜନସାଧାରଣଙ୍କୁ କୃତଜ୍ଞତା ଜଣାଇବା ସହ ସହଯୋଗ କରିଥିବା ସମସ୍ତ ବିଜେଡି କର୍ମୀଙ୍କୁ ସାଧୁବାଦ ଜଣାଇବା ସହ ଧନ୍ୟବାଦ ପ୍ରଦାନ କରିଛନ୍ତି । ସେହିପରି ଉଭୟ ଶ୍ରୀ ବିଷୋୟୀ ଓ ଶ୍ରୀମତୀ ଦାଶ ବିଜୟର ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ