ଅବସର ପ୍ରାପ୍ତ ଶିକ୍ଷକଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଫରେଷ୍ଟ ଗେଟ ନିକଟସ୍ଥ ଇନ୍ଦିରାନଗର ବାସିନ୍ଦା ତଥା ଅବସରପ୍ରାପ୍ତ ଶିକ୍ଷକ ଦୀନବନ୍ଧୁ ଚୌଧୁରୀ(୯୪)ଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି । ସ୍ୱର୍ଗତ ଦୀନବନ୍ଧୁ ଜଣେ ଆଦର୍ଶ ଶିକ୍ଷକ ଭାବେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କର କିଛି ଦିନ ହେଲା ବାର୍ଦ୍ଧକ୍ୟ ଜନିତ କାରଣରୁ ଅସୁସ୍ଥତା ମଧ୍ୟରେ ଚିକିତ୍ସିତ ହେଉଥିଲେ । ଏହି ଖବର ପ୍ରସାରିତ ହେବାପରେ ପାରଳାଖେମୁଣ୍ଡିର ବିଭିନ୍ନ ମହଲରେ ଶୋକ ପ୍ରକଟ କରାଯାଇଛି । ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜୟରାମ ଶତପଥୀ, ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ହାଇଟେକ ଗ୍ରୁପର ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ, ଜିଲ୍ଲା ସାମ୍ବାଦିକ ଗରୁଡ ଧ୍ୱଜ ଚୌଧୁରୀ, ତାରିଣୀ ପ୍ରସାଦ ପଣ୍ଡା, ଗଣେଶ ରାଜୁ, ରଶ୍ମିରଂଜନ ମିଶ୍ର, ଶିଶିର କୁମାର ଗୌଡ, କୃଷ୍ଣ କୁମାର ବେହେରା ପ୍ରମୁଖଙ୍କ ସମେତ ଶିକ୍ଷକ ମହଲ ଏବଂ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଡ.ବୃଷକେତୁ ଦାସ ପ୍ରମୁଖଙ୍କ ସମେତ ବହୁ ବ୍ୟକ୍ତିବିଶେଷ ସ୍ୱର୍ଗତ ଦୀନବନ୍ଧୁଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକାକୁଳ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ, ସ୍ୱର୍ଗତ ଦୀନବନ୍ଧୁଙ୍କ କନିଷ୍ଠ ପୁତ୍ର ତିରୁପତି ଚୌଧୁରୀ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଭାବେ କାର୍ଯ୍ୟରତ ଥିବାବେଳେ ତାଙ୍କ କନିଷ୍ଠ ବହୁ ମୀନାକ୍ଷୀ ପାଢୀ ମହାରାଜା ବାଳକ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଭାବେ ଦାୟିତ୍ୱ ତୁଲାଉଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ