ପିପୁଲସ କଲେଜରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର
ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ପିପୁଲସ କଲେଜରେ ସୋମବାର ଦିନ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପିପୁଲସ କଲେଜ ଯୁବ ରେଡକ୍ରସ ଓ ସମର ଶିକ୍ଷାର୍ଥୀ ବାହିନୀ ର ମିଳିତ ସହଯୋଗରେ ଅନୁଷ୍ଠିତ ରକ୍ତଦାନ ଶିବିର ରେ ୧୨୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ରକ୍ତଦାନ ଶିବିର ଉଦଘାଟନୀ କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ପ୍ରଫେସର ରଜନୀକାନ୍ତ ଦାଶ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ଗଭର୍ଣ୍ଣିଙ୍ଗ ବଡି ପ୍ରେସିଡେଣ୍ଟ ରଜନୀକାନ୍ତ ଭଟ୍ଟ, ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମେଡ଼ିକାଲ ଅଫିସର ଡାକ୍ତର ଶୁଭାଶିଷ ପାଣିଗ୍ରାହୀ, ବୁଗୁଡା ପୋଲିସ ଥାନା ଆଇଆଇସି ଚିତ୍ତରଞ୍ଜନ ବେହେରା, ଓ ଏନସିସି ବାଟାଲିୟନ ସୁବେଦାର ଚାଣ୍ଟିୟାଲ ଯୋଗଦେଇଥିଲେ । ଯୁବ ରେଡକ୍ରସ ତତ୍ତ୍ୱାବଧାରକ ବିନୋଦ କୁମାର କର ଓ ଏନସିସି ଅଫିସର ଅଜୟ କୁମାର ସାହୁଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରକ୍ତଦାନ ଶିବିରରେ ଭଞ୍ଜନଗର ରକ୍ତ ଭଣ୍ଡାର କର୍ମଚାରୀ ବୃନ୍ଦ ଯୋଗଦେଇ ୧୨୨ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଅଞ୍ଚଳର ରକ୍ତଦାତା, ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ଓ ଏନସିସି କ୍ୟାଡର ମାନେ ରକ୍ତଦାନ କରି ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲେ । କଲେଜର କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।


