ଓଡ଼ିଶା ଉଦ୍ୟୋଗୀ ପରିବାରର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ଓଡ଼ିଶା ଉଦ୍ୟୋଗୀ ପରିବାରର ପ୍ରଥମ ବାର୍ଷିକ ଉତ୍ସବ ସ୍ଥାନୀୟ ସୁତୃପ୍ତି ହୋଟେଲ ପରିସର ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଉଦ୍‌ଘାଟକ ଭାବେ ଭାରତ ନିର୍ବାଚନ ଆୟୋଗଙ୍କ ପୂର୍ବତନ ଉପଦେଷ୍ଟା ଡଃ ଭଗବାନ ପ୍ରକାଶ, ମୁଖ୍ୟ ଅତିଥି ଭାବେ ପୂର୍ବତନ ମୁଖ୍ୟ ଶାସନ ସଚିବ ଡଃ ସହଦେବ ସାହୁ, ମୁଖ୍ୟ ବକ୍ତା ଭାବେ ପୂର୍ବତନ ବିଧାୟକ, ସମାଜସେବୀ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ ଯୋଗଦେଇ ରାଷ୍ଟ୍ର ନିର୍ମାଣରେ ଉଦ୍ୟୋଗୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିବା ସହିତ ବର୍ତ୍ତମାନ ଉଦ୍ୟୋଗୀ ଶିଳ୍ପ କଣ୍ଟକିତ ପଥ ମଧ୍ୟରେ ଅତିକ୍ରମ କରୁଛି ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ । ଓଡ଼ିଶା ଉଦ୍ୟୋଗୀ ପରିବାରର ପ୍ରତିଷ୍ଠାତା ଓ ସଭାପତି ସମାଜସେବୀ ଶିବ ନାରାୟଣ ମିଶ୍ର ସଭା କାର୍ଯ୍ୟକୁ ପରିଚଳନା କରିବା ସହ ଉଦ୍ୟୋଗୀମାନଙ୍କର ସମ୍ମାନ, ସୁରକ୍ଷା ଓ ସମୃଦ୍ଧି ପାଇଁ ଏହି ସଙ୍ଗଠନ ବଦ୍ଧ ପରିକର ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ୨୦୨୧ ବର୍ଷର ଶ୍ରେଷ୍ଠ ଉଦ୍ୟୋଗୀ ସମ୍ମାନ ଭବାନନ୍ଦ ଦାସଙ୍କୁ ପ୍ରଦାନ କରାଯାଇଥିବା ବେଳେ ବିଦ୍ୟୁତ୍ ରଞ୍ଜନ ମହାନ୍ତିଙ୍କୁ “ପ୍ରାଉଡ୍ ମେମ୍ବର” ରୂପେ ସମ୍ମାନିତ କରାଯାଇଥିଲା । ଏହା ସହିତ ପ୍ରମୁଖ ବ୍ୟକ୍ତିବିଶେଷଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ପ୍ରଦୀପ ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ