ଏଫ୍‌.ଏଫ୍‌.ସି ଦ୍ୱାରା ଫାନ୍‌ସି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ୱାକର୍ସ ଇଣ୍ଟରନ୍ୟାସନାଲ ଦ୍ୱାରା ଅନୁବନ୍ଧିତ ପ୍ରାତଃଭ୍ରମଣକାରୀ ସଂଗଠନ ‘ଫନ୍ ଆଣ୍ଡ ଫିଟ୍‌ନେସ୍ ୱାକର୍ସ କ୍ଲବ’ ଭୁବନେଶ୍ୱର ଦ୍ୱାରା ଏକ ଫାନ୍‌ସି କ୍ରିକେଟ ଟୁର୍ଣ୍ଣାମେଣ୍ଟ କ୍ଲବର ସଦସ୍ୟ ମହିଳା, ପୁରୁଷ ଓ ଝିଅମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାତ୍ର ଟୁର୍ଣ୍ଣାମେଣ୍ଟକୁ ଉଦ୍‌ଘାଟନ କରିବା ସଙ୍ଗେ ସଙ୍ଗେ ନିଜେ ପ୍ରେସିଡ଼େଣ୍ଟ ଟିମ୍‌ରେ ବ୍ୟାଟିଙ୍ଗ କରିଥିଲେ । କ୍ଲବର ଅଧିକାଂଶ ସଦସ୍ୟ ପରିଣତ ବୟସରେ ପଦାର୍ପଣ କରିଥିଲେ ମଧ୍ୟ ପ୍ରାତଃ ଭ୍ରମଣ, ଯୋଗାଭ୍ୟାସ, ନିରନ୍ତର ବ୍ୟାୟାମ ଯୋଗୁ ସମସ୍ତ ସଭ୍ୟ ନିଜକୁ ସୁସ୍ଥ ରଖିବା ସହିତ କ୍ରିକେଟ ଭଳି ଏକ କଷ୍ଟଦାୟକ ଖେଳକୁ ଆୟତାଧିନ କରିପାରିଛନ୍ତି ଏବଂ ସମାଜକୁ ନିରନ୍ତର ସ୍ୱାସ୍ଥ୍ୟ ସଚେତନତାର ବାର୍ତ୍ତା ଦେଇ ‘ବେଷ୍ଟ ହେଲ୍‌ଥ କ୍ଲବ’ର ମାନ୍ୟତା ପାଇପାରିଛନ୍ତି । ସମ୍ମାନିତ ଅତିଥି ଭାବେ ଓଡ଼ିଆ ଚଳଚ୍ଚିତ୍ର ଜଗତର ନାୟିକା ସୁଶ୍ରୀ ପୁନମ ମିଶ୍ର, ବରିଷ୍ଠ ଭେଷଜ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ସ୍ୱାଇଁ ଯୋଗ ଦେଇଥିଲେ । ଦୁଇ କ୍ରିକେଟ ଟିମ୍‌ର ଅଧିନାୟକ ଇଂ ଅସୀମାନନ୍ଦ ମହାନ୍ତି, ଆଶିଷ ପଟ୍ଟନାୟକ ଏବଂ ଅମ୍ପେୟାର ଭାବେ ଆଇନଜୀବୀ ନନ୍ଦନନ୍ଦନ ଶତପଥୀ, ଅମନ ଦାଶ ମ୍ୟାଚ୍ ପରିଚାଳନା କରିଥିଲେ । ସେକ୍ରେଟାରୀ ୧୧ ଦଳକୁ ବିଜେତା, ଶ୍ରୀ ବିଭୂ ପ୍ରସାଦ ବାରିକଙ୍କୁ ଶ୍ରେଷ୍ଠ ବ୍ୟାଟ୍‌ସମ୍ୟାନ ଏବଂ ପ୍ରଦୀପ ମହାନ୍ତିଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଭିଏସ୍‌ଏସ୍ ନଗର, ସନରାଇଜ କ୍ଲବର କର୍ମକର୍ତ୍ତାମାନଙ୍କୁ ମାନ୍ୟବର ବାଚସ୍ପତି ସମ୍ବର୍ଦ୍ଧିତ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଏଫ୍‌.ଏଫ୍‌.ସି.ର ସଭାପତି କେଦାର ପଟ୍ଟନାୟକ, ଉପସଭାପତି ଅଜିତ ପ୍ରସାଦ ସହୁ, ସୁଧାକର ଷଡ଼ଙ୍ଗୀ, ସୁରେନ୍ଦ୍ର ସେଠୀ, ଶିବିର ପରିଡ଼ା, ବାବୁରାମ ସେଠୀ, ଶିଶିରକାନ୍ତ ସାହୁ, ରାଜେଶ୍ୱର ପାତ୍ର, ଇଂ ଚିତ୍ତରଞ୍ଜନ ଦାସ, ରିୟା ଖାନ୍‌, ପିଆରଓ ଅଜୟ ଦାସ ଓ ବି.ସି. ଓଝା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ