ପୋଲସରା ବ୍ଲକ ୪୦ ନଂ ଜୋନରେ ବିଜେଡି ପ୍ରାର୍ଥୀ ବିଜୟୀ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ତ୍ରିସ୍ତରୀୟ ପଞ୍ଚାୟତରାଜ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଭୋଟ ଗଣତି ଶେଷ ହେବା ପରେ ପୋଲସରା ବ୍ଳକରେ ଗଞ୍ଜାମ ଜିଲ୍ଲାର ୪୦ ନମ୍ବର ଜିଲ୍ଲା ପରିଷଦ ଜୋନ୍ ରେ ଶାସକ ବିଜୁ ଜନତା ଦଳ ପ୍ରାର୍ଥୀ ବିକ୍ରମ କୁମାର ନାୟକ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ୪୦ ନଂ ଜୋନରେ ବିଜେଡି ପ୍ରାର୍ଥୀ ବିକ୍ରମ କୁମାର ନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ କୃଷ୍ଣ ଚନ୍ଦ୍ର ପଟ୍ଟନାୟକଙ୍କ ଠାରୁ ୧୧୮୯୫ ଖଣ୍ଡ ଅଧିକ ଭୋଟ ପାଇଁ ବିଜୟ ମୁକୁଟ ପିନ୍ଧିବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବିଜୁ ଜନତା ଦଳ ପ୍ରାର୍ଥୀ ଶ୍ରୀ ନାୟକ ୧୭୫୬୭ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଶ୍ରୀ ପଟ୍ଟନାୟକ ୫୬୭୨ ଖଣ୍ଡ ଭୋଟ ପାଇଛନ୍ତି। ଏହି ଜୋନରେ କଂଗ୍ରେସ ପ୍ରାର୍ଥୀ ରୋହିତ ମହାପାତ୍ର ୪୩୬ ଖଣ୍ଡ , ବହୁଜନ ସମାଜ ପାର୍ଟି ପ୍ରାର୍ଥୀ ଯଶୋଦା ଜାନୀ ୨୯୪ ଖଣ୍ଡ , ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ରଞ୍ଜନ ସ୍ୱାଇଁ ୨୨୪ ଖଣ୍ଡ ଓ ସ୍ଵାଧୀନ ପ୍ରାର୍ଥୀ ସନ୍ତୋଷ ମଳିକ ୧୪୫ ଖଣ୍ଡ ଭୋଟ ପାଇଛନ୍ତି। ୧୫୨୪ ଖଣ୍ଡ ଭୋଟ ନାକଚ ହୋଇଥିବା ଜଣାପଡିଛି। ସେହିପରି ପୋଲସରା ବ୍ଳକର ୩୮ ନମ୍ବର ଜୋନରେ ବିଜେଡି ପ୍ରାର୍ଥୀ ଅଶୋକ କୁମାର ବିଷୋୟୀ ଓ ୩୯ ନମ୍ବର ଜୋନରେ ଝୁନୁ ଦାଶ ନିର୍ବାଚିତ ହୋଇଛନ୍ତି। ପୋଲସରା ବ୍ଲକର ସମସ୍ତ ତିନିଗୋଟି ଜୋନରେ ବିଜୁ ଜନତା ଦଳ ବିଜୟ ଲାଭ କରି ନିଜର ଦୁର୍ଗ ପୁନର୍ବାର ସୁଦୃଢ଼ କରିପାରିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ