ରାଜ୍ୟସ୍ତରୀୟ ମା’ ଗଡଚଣ୍ଡୀ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ୧୧ରୁ

ହାଟଡିହି, (ବିକାଶ ବିଶ୍ୱାଳ ) :-ହାଟଡିହି ବ୍ଲକ ସୁନ୍ଦରାପାଳର ପ୍ରାଣବଲ୍ଲବ ମିନି ଷ୍ଟାଡିୟମ ଠାରେ ପ୍ରଥମଥର ପାଇଁ ଅନୁଷ୍ଠିତ ହେବାକୁ ଯାଉଛି ମା’ଗଡଚଣ୍ଡୀ କପ ରାଜ୍ୟ ସ୍ତରୀୟ କ୍ରିିକେଟ ଟୁର୍ଣ୍ଣାମେଣ୍ଟ । ଏଥିପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୁଧାଶୁଂ ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ସମ୍ପାଦକ ପ୍ରଦ୍ୟୁମ୍ନ ପାତ୍ର, ପ୍ରଦ୍ୟୁମ୍ନ ରାଉତ, ଧନଞ୍ଜୟ ପାତ୍ର, ଅଲେଖ ପାତ୍ର, ମଧୁସୁଦନ ମଲ୍ଲିକ, ତରଣୀସେନ ମଲ୍ଲିକ, କୃଷ୍ଣ ମୁଣ୍ଡା, ଜଗବନ୍ଧୁ ବିରୁଆ, ପଦ୍ମଲୋଚନ ରାଉତ, ପ୍ରୀୟବ୍ରତ ରାଉତ, ସତ୍ୟବ୍ରତ ରାଉତ, ଶଶିକାନ୍ତ ମୁଦୁଲି, ଅଭିନ୍ନ କୁମାର ଜେନା, ଉଦ୍ଧବ ମୁଣ୍ଡା, ଅଶୋକ ରାଉତ, ଖଗେଶ୍ୱର ମଲ୍ଲିକ ପ୍ରମୁଖ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ସମ୍ପର୍କରେ ଆଲୋଚନା କରିଥିଲେ । ମାର୍ଚ୍ଚ ୧୧ତାରିଖରେ ଏହି ଟୁର୍ଣ୍ଣାମେଣ୍ଟ ଉଦଘାଟନ କରାଯିବା ସହିତ ୧୩ତାରିଖରେ ଉଦଯାପିତ କରାଯିବାକୁ ନିଷ୍ପତି ହୋଇଥିଲା । ୧୧ତାରିଖରେ ୟୁନିକ ଏକାଡେମୀ ଭଦ୍ରକ ସହିତ ଏମସିସି ଯାଜପୁର ଟାଉନ, ୧୨ତାରିଖରେ ୟୁଏଣ୍ଡ ମି ବାଲେଶ୍ୱର ସହିତ ୟୁନିକ କେନ୍ଦୁଝର ଓ ୧୨ତାରିଖଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ବୋଲି ନିଷ୍ପତି ନିଆଯାଇଥିବା ସଭାପତି ସୁଧାଶୁଂ ମଲ୍ଲିକ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ