ସିଆରପିଏଫ ବାଟାଲିୟନ ପକ୍ଷରୁ ମାନବିକତା ସିଭିକ ଆକ୍ସନ କାର୍ଯ୍ୟକ୍ରମ ଆୟୋଜିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ଗୋଛପଡା ଅନ୍ତର୍ଗତ ବାଲାନ୍ଦାପଡା ଠାରେ ସିଆରପିଏଫ ୧୨୭ ବାଟାଲିୟନ ପକ୍ଷରୁ ମାନବିକତା ସିଭିକ ଆକ୍ସନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ବାଲାନ୍ଦାପଡା ପଂଚାୟତ, ଲୁଇସିଙ୍ଗ ପଂଚାୟତ ତଥା କୁଇରମାଣ୍ଡୁ ପଂଚାୟତ ର ଅଭାବି ଗରିବ ଲୋକଙ୍କ ପାଇଁ ସୋଲାର ଲ୍ୟାମ୍ପ, ରେଡ଼ିଓ ତଥା ୱାଟର ଷ୍ଟୋରେଜ ବଣ୍ଟନ କରିଥିଲା ।ଭାରତ ସରକାରଙ୍କ ଦ୍ୱାରା ପରିଚାଳିତ ଅର୍ଥିକ ସହାୟତା ଯୋଜନା ଗୃହ ମନ୍ତ୍ରଣାଳୟର ତତ୍ତ୍ୱାବଧାନରେ ଏହି ମାନବିକତା ସିଭିକ ଅକ୍ସନ ଆୟୋଜିତ ହୋଇଥିଲା l ଏହି କାର୍ଯ୍ୟକ୍ରମ ରେ ଏସ.କେ.ମହାନ୍ତି ଇନ୍ସପେକ୍ଟର ଜେନେରାଲ ପୋଲିସ ଓଡିଶା ସେକଟର, ବିଜୟ କୁମାର ଡିଆଇଜି ସମ୍ବଲପୁର ରେଞ୍ଜ ରାୟଗଡା, ଆନନ୍ଦ ଝା କମାଣ୍ଡାଣ୍ଟ ୧୨୭ ବାଟାଲିୟନ ପ୍ରମୁଖ ଉପସ୍ଥିତ ରହି ଏହି ଆବଶ୍ୟକ ଜିନିଷ କୁ ଅଞ୍ଚଳ ବାସୀ ଙ୍କୁ ବଣ୍ଟନ କରିଥିଲେ । ଏହି ଅବସର ରେ ସିଆରପିଏଫ ଆରଏଲ. ଫିଲାମେଣ୍ଟର ଦ୍ୱିତୀୟ କମାଣ୍ଡ ଅଧିକାରୀ ତଥା ଅନ୍ୟ ବରିଷ୍ଠ ଅଧିକାରୀ ୧୨୭ ବାଟାଲିୟନ ର ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ନିରାକାର ନାୟକ ସରପଞ୍ଚ ବାଲାନ୍ଦାପଡା, ସୁଦର୍ଶନ କହଁର ସରପଞ୍ଚ ଲୁଇସିଙ୍ଘ ତଥା ଅଜିତ କୁମାର ସାହୁ । ଥାନା ପ୍ରଭାରୀ ଗୋଛପଡା ତଥା ଅଂଚଳର ଵିଶିଷ୍ଠ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ । ଏହି ଯୋଜନା ଅଧୀନରେ ସମୁଦାୟ ୧୮୩ ପରିବାର ଉପକୃତ ହୋଇଥିଲେ। ଇନ୍ସପେକ୍ଟର ଜେନେରାଲ ପୁଲିସ ଓଡିଶା ସେକ୍ଟରର ଏସ.କେ.ମହାନ୍ତି ନିଜ ବକ୍ତବ୍ୟରେ ଆଗାମୀ ଦିନରେ ଏଭଳି କାର୍ଯ୍ୟକ୍ରମ ଜାରୀ ରହିବ ବୋଲି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ