ସାନଖେମୁଣ୍ଡି ରେ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ଜୟନ୍ତି ପାଳିତ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :ବିଜୁ ବାବୁ ଙ୍କ ସ୍ୱପ୍ନର ଓଡିଶା କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାକାର କରୁଛନ୍ତି l ବର୍ତ୍ତମାନ୍ ସମୟ ରେ ଓଡିଶା ସାରା ଦେଶରେ ଏକ ବିକଶିତ ରାଜ୍ୟ ଭାବେ ଉଭା ହୋଇଛି l ରାଜ୍ୟ ର ସାଢେ଼ ୪ କୋଟି ଜନସାଧାରଣଙ୍କ ଆଶ୍ରିବାଦ ରୁ ଏହା ସମ୍ଭବ ପର ହୋଇ ପାରିଛି ବୋଲି କହିଛନ୍ତି ସାନଖେମୁଣ୍ଡି ପୂର୍ବତନ ବିଧାୟିକା ନନ୍ଦିନୀ ଦେବୀ l ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ଆଡାପଡ଼ା କଲ୍ୟାଣ ମଣ୍ଡପ ଠାରେ ଶନିବାର ପ୍ରବାଦ ପୁରୁଷ ,କଳିଙ୍ଗ ର ବରପୁତ୍ର ବିଜୁ ପଟ୍ଟନାୟକ ଙ୍କ ୧୦୬ ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସେ ଏହା କହିଛନ୍ତି l ସାନଖେମୁଣ୍ଡି ବ୍ଲକ ବିଜେଡି ସଭାପତି ନୀଳମାଧବ ରାଉତ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ପରିଷଦ ସଭ୍ୟ ଯୋଗେନ୍ଦ୍ର ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ବିଜୟ ପ୍ରଧାନ, ଅମିନ ପ୍ରଧାନ, ସଭ୍ୟା ମାମିନୀ ପାତ୍ର, ସୂଳତା ରାଣୀ ସ୍ଵାଇଁ, ସାନଖେମୁଣ୍ଡି ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଲକ୍ଷ୍ମୀ ନାରାୟଣ ଚୌଧୁରୀ, ଆସିକା ସାଂସଦ ପ୍ରତିନିଧି ଅନ୍ତର୍ଯ୍ୟାମୀ ସ୍ଵାଇଁ, ମଞ୍ଚାସିନ ଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ସହଦେବ ପ୍ରଧାନ, ଧୋବା ସ୍ୱାଇଁ, କୈଳାଶ ପାତ୍ର ଗୋପାଳ ରାଉଳ ନବ ନିର୍ବାଚିତ ପ୍ରତିନଧିମାନଙ୍କ ସହ ବହୁ ଶତାଧିକ କର୍ମୀ ଉପସ୍ଥିତ ରହି ପ୍ରବାଦ ପୁରୁଷ ଙ୍କ ସୃତି ଚାରଣ କରିବାସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନମଙ୍ଗଳ କାରୀ ଯୋଜନା ଉପରେ ଆଲୋକ ପାତ୍ କରିଥିଲେ l


