କଂଗ୍ରେସରୁ ନାମାଙ୍କନ ଦାଖଲ କଲେ ଜୟନ୍ତୀ, ବୈଷ୍ଣବ, ତୁଳସୀ, ପଦ୍ମିନୀ, ସଶ୍ମିତା ଓ ଫର୍ଜାନା, ବିଜେଡିରୁ ଶରତ ଏବଂ ବିଜେପିରୁ ସୁଚିଶ୍ମ୍ମିତାଙ୍କ ନାମାଙ୍କନ ଦାଖଲ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୈାର ନିର୍ବାଚନ ପାଇଁ ରବିବାର ଥିଲା ୫ମ ଦିବସ । ଏହି ପଞ୍ଚମ ଦିବସରେ ମୋଟ ୯ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ଜଣାପଡିଛି । ଏହି ୯ଜଣଙ୍କ ମଧ୍ୟରୁ ପୈାରାଞ୍ଚଳର ୧ନମ୍ବର ୱାର୍ଡରୁ କଂଗ୍ରେସର ପଦ୍ମିନୀ ବେହେରା, ୩ନମ୍ବର ୱାର୍ଡରୁ ତୁଳସୀ ହେମ୍ବ୍ରମ, ୪ନମ୍ବର ୱାର୍ଡରୁ ସଶ୍ମିତା ପଣ୍ଡା, ୫ନମ୍ବର ୱାର୍ଡରୁ ବୈଷ୍ଣବ ପଣ୍ଡା, ୭ନମ୍ବର ୱାର୍ଡରୁ ଜୟନ୍ତୀ ପାଣି ଓ ୧୬ନମ୍ବର ୱାର୍ଡରୁ ଫର୍ଜାନା ଖାତୁନ ପ୍ରମୁଖ ୬ଜଣ କାଉନସିଲର ପଦବୀ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେହିଭଳି ୨୦ନମ୍ବର ୱାର୍ଡରୁ ବିଜେଡିର ଶରତ ଚନ୍ଦ୍ର ବେହୁରା, ୧୩ନମ୍ବର ୱାର୍ଡରୁ ବିଏସପିର ଅପୂର୍ବରଞ୍ଜନ ସେଠୀ, ୭ନମ୍ବର ୱାର୍ଡରୁ ବିଜେପିର ସୁଚିସ୍ମିତା ବସନ୍ତିଆ ଓ ୧୩ନମ୍ବର ୱାର୍ଡରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ମୀର ଅବଦୁଲ ସଲିମ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶ୍ରୀମତୀ ପାଣି ହେଉଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କାଉନସିଲର ସୌମେନ୍ଦ୍ର ପୃଷ୍ଟିଙ୍କ ଧର୍ମପତ୍ନୀ । ସେହିଭଳି ବୈଷ୍ଣବଙ୍କ ପତ୍ନୀ ଜଣେ ପୂର୍ବତନ କାଉନସିଲର ଥିଲେ । ଫର୍ଜାନାଙ୍କ ସ୍ୱାମୀ ହିବଜୁର ରହେମାନ ଜଣେ ପୂର୍ବତନ କାଉନସିଲର । ଶରତ ଜଣେ ପୂର୍ବତନ କାନସିଲର ହୋଇଥିବା ବେଳେ ଅପୂର୍ବ ପେଷାରେ ଜଣେ ଆଇନଜୀବୀ ଅଟନ୍ତି । ଶନିବାର ଜଣେ ମାତ୍ର ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ