ସୁପାରୀ ଦେଇଥିବା ବ୍ୟକ୍ତି ଯାଜପୁରର ବୋଲି ସନ୍ଦେହ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ଶୁଭକେଶ ଯାଜପୁରରେ ଏକ କଲେଜରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ । ଏହି ସମୟରେ ଦୁଇଜଣ ଯୁବତୀଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିବା ସନ୍ଦେହ କରାଯାଉଛି । ହେଲେ ସେ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ବିବାହ ପରେ ମଧ୍ୟ ସେ ଅନ୍ୟ ଜଣେ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ । ଏହି କାରଣରୁ ତାଙ୍କ ପତ୍ନୀ ଗତ ୮ ମାସ ହେବ ତାଙ୍କୁ ଛାଡି ଭୁବନେଶ୍ୱର ପଳାଇଥିଲେ । ପୂର୍ବତନ ପ୍ରେମିକା ଚାହୁଁଥିଲେ ଶୁଭକେଶ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେଇ ତାଙ୍କୁ ବିବାହ କରୁ । ହେଲେ ଶୁଭକେଶଙ୍କ ପରିବାର ଲୋକେ ଏଥିରେ ରାଜି ହୋଇ ନ ଥିଲେ । ତେଣୁ ପୂର୍ବତନ ପ୍ରେମିକା ତାଙ୍କ ପରିବାର ଲୋକଙ୍କୁ ହତ୍ୟା କରିବା ପାଇଁ ସୁପାରୀ ଦେଇଥିବା ପୋଲିସ ସନ୍ଦେହ କରିଛି । ସଂପୃକ୍ତ ଯୁବତୀଙ୍କୁ ପୋଲିସ ଯାଜପୁରରୁ ଆଣି ପଚରାଉଚରା କରୁଥିବା ବିଶେଷ ସୂତ୍ରରୁ ଜଣାପଡିଛି ।


