ଅପରାଧୀ ଆଣିଥିଲେ ୩ ବନ୍ଧୁକ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :ସୁପାରୀ କିଲରମାନେ ଶୁଭକେଶଙ୍କ ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ତେଣୁ ସେମାନେ ୩ଟି ଗୁଳି ଭର୍ତ୍ତି ବନ୍ଧୁକ ସାଙ୍ଗରେ ଆଣିଥିଲେ । ଦୁଇଟି ବନ୍ଧୁକରୁ ସେମାନେ ୧୦ ରାଉଣ୍ଡ ଗୁଳି ଚଳାଇଥିଲେ । ହେଲେ ଆଉ ଏକ ବନ୍ଧୁକକୁ ଜଣେ ଅପରାଧୀ ଅଣ୍ଟାରେ ରଖିଥିଲେ । ପୋଲିସ ୩ଟି ଯାଜ ବନ୍ଧୁକ ଜବତ କରିଛି । କେଉଁଠାରୁ ଏହି ବନ୍ଧୁକ ଅପରାଧୀମାନେ ଆଣିଥିଲେ ସେ ନେଇ ପୋଲିସ ତନାଘନା ଚଳାଇଛି । ପୋଲିସ ଗୁଳିକାଣ୍ଡରେ ବ୍ୟବହାର ହୋଇଥିବା ୧୦ଟି ଖୋକା ଓ ୧୦ଟି ଜୀବନ୍ତ ଗୁଳି ଜବତ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ