ସମାଜସେବୀ ନନ୍ଦକିଶୋର ମୁଦୁଲିଙ୍କ ପରଲୋକ

ବାଲେଶ୍ୱର, (ସରୋଜ ପଣ୍ଡା) :ଇମ୍ମା ଇଣ୍ଟରନ୍ୟାସନାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଯାଦବାନନ୍ଦ ମୁଦୁଲିଙ୍କ ପିତା ସମାଜସେବୀ ନନ୍ଦକିଶୋର ମୁଦୁଲିଙ୍କର ରବିବାର ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ହୋଇଥିଲା । ବୟସାଧିକ ରୋଗରେ ପୀଡ଼ିତ ହୋଇ ବାଲେଶ୍ୱର କୁରାଦାସ୍ଥିତ ନିଗମ ହସପିଟାଲରେ ଚିକିତ୍ସିତ ଥିବା ବେଳେ ସକାଳ ପ୍ରାୟ ୯ଟାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କର ବିୟୋଗରେ ପରିବାରଙ୍କ ସମେତ ସୋର ମଙ୍ଗଳପୁର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଜଣେ ପରୋପକାରୀ, ଉଦାରବାଦୀ, ମିଷ୍ଟଭାଷୀ, ଆଧ୍ୟାତ୍ମିକବାଦୀ ତଥା ଦରଦୀ ବ୍ୟକ୍ତିତ୍ୱ ଭାବେ ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ