ନନ୍ଦକିଶୋର ମେମୋରିଆଲ ଫୁଟବଲ ଜର୍ସି ଉନ୍ମୋଚନ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସିଟି ବ୍ଲକ ଏବଂ କିଟ୍‌ର ମିଳିତ ଆନୁକୂଲ୍ୟରେ ଆସନ୍ତା ୧୩ ତାରିଖ ଠାରୁ ନନ୍ଦକିଶୋର ପଟ୍ଟନାୟକ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ କିଟ୍ ଷ୍ଟାଡ଼ିୟମଠାରେ ଅନୁଷ୍ଠିତ ହେବ । ଏହି ଟୁର୍ଣ୍ଣାମେଣ୍ଟରେ ଯୋଗ ଦେଇଥିବା ଖେଳାଳୀମାନଙ୍କୁ ଜର୍ସ ଉନ୍ମୋଚନ ହୋଇଥିଲା ଏବଂ ବିଶ୍ୱ ମହିଳା ଦିବସ ଅବସରରେ ଆନ୍ତର୍ଜାତିକ ମହିଳା ଫୁଟବଲ ଖେଳାଳୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଅତିଥି ଭାବେ ଶ୍ରୀମତୀ ବୈଜୟନ୍ତୀ ସାହୁ, ରୁଚି ମସଲା ଏମ୍‌ଡ଼ି ଡଃ ଶରତ ସାହୁ, ଆନ୍ତର୍ଜାତିକ ଗଲଫର ଲଖି ସ୍ୱାଇଁ, ଡଃ ସୌର୍ଯ୍ୟରଞ୍ଜନ ପରିଜା, କଣ୍ଠଶିଳ୍ପୀ ସୌରଭ ନାୟକ, ଅଶୋକ ମହାନ୍ତି, ସତ୍ୟବ୍ରତ ରଥ, ସଙ୍ଗୀତା ଶର୍ମା, ଭାଗ୍ୟଧର ଜଗଦେବ, ସାମ୍ବାଦିକ ସତ୍ୟ ମିଶ୍ର, ମହମ୍ମଦ ସହିଦ ଜବାର, ସହଦେବ ରାଉତ, ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ସସ୍ମିତା ମଲ୍ଲିକ, ପ୍ରଥମା ପ୍ରିୟଦର୍ଶିନୀ, ଜବାମଣି ଟୁଡ଼ୁ, ଗୀତାଞ୍ଜଳି ଖୁଣ୍ଟିଆ, ଆଲୋଚନା ସେନାପତି, ମମତା ମହାନ୍ତି, ମମତାଜ ବେଗମ, ସିଟିକ୍ଲବର ସମ୍ପାଦକ ପ୍ରଦୀପ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ବିଶେଷକରି ଆନ୍ତର୍ଜାତିକ ଫୁଟବଲ ଖେଳାଳୀ ପ୍ୟାରୀ ଖାଖା ମନୀଷା ପାନା, ଗଲଫର ଲଖି ସ୍ୱାଇଁ, ବିଶିଷ୍ଟ କଣ୍ଠଶିଳ୍ପୀ ଜୟଶ୍ରୀ ଧଳ, ବରିଷ୍ଠ ଫୁଟବଲ କୋଚ ଗଙ୍ଗାଧର ବେହେରା ଏବଂ ସୁନିତା ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟଟି ଚଳିତମାସ ୧୩ ତାରିଖରୁ ଆରମ୍ଭ ହୋଇ ୨୦ ତାରିଖରେ ସମାପ୍ତ ହେବ । ଏହାର ମୁଖ୍ୟ ପ୍ରାୟୋଜକ ହେବାକୁ ରୁଚି ମସଲା ଆଗ୍ରହ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ