ଯୁକ୍ତ ଦୁଇ ଅର୍ଥଶାସ୍ତ୍ରରେ ଆଠ ଏମ.ପି.

ବ୍ରହ୍ମପୁର, : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ସଞ୍ଚାଳିତ ଯୁକ୍ତ ଦୁଇ କଳା ସ୍ରୋତର ଅର୍ଥଶାସ୍ତ୍ର ଓ ଆଇ.ଆର.ପି.ଏମ. ଏବଂ ଧନ୍ଦାମୂଳକ ଶିକ୍ଷାର ଅର୍ଥଶାସ୍ତ୍ର ଓ ଗଣିତ ପରୀକ୍ଷା ବୁଧବାର ଦକ୍ଷିଣାଞ୍ଚଳର ଆଠଟି ଜିଲ୍ଲାରେ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ହୋଇଯାଇଛି କ୍ଷ ଆଜି ଅର୍ଥଶାସ୍ତ୍ର ପରୀକ୍ଷାରେ କେତେକ କେନ୍ଦ୍ରରେ ଅସଦୁପାୟ ଅବଲମ୍ବନ ଅଭିଯୋଗରେ ଆଠ ଜଣ ପରୀକ୍ଷାର୍ଥୀ ବୁକ ହୋଇଥିବା ଦକ୍ଷିଣାଞ୍ଚଳ ଉପସଚିବ ଡ. କୁଳମଣି ଓଝାଙ୍କ ସୂତ୍ରରୁ ଜଣାପଡ଼ିଛି . ରାୟଗଡ଼ା ଜିଲ୍ଲା ପଦ୍ମପୁର ସ୍ଥିତ ଆର.ଜି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀଙ୍କ ପ୍ୟାଣ୍ଟ ପକେଟରୁ ଡି.ଏଲ.ସି. ସ୍କ୍ୱାଡ ମୋବାଇଲ ଜବତ କରିବା ସହ ମାଲ ପ୍ରାକ୍ଟିସରେ ବୁକ କରିଥିବା ବେଳେ ସେହି କେନ୍ଦ୍ରର ଅନ୍ୟ ଜଣେ ପରୀକ୍ଷାର୍ଥୀ ମଧ୍ୟ ଏମ.ପି. ହୋଇଛନ୍ତି କ୍ଷ ଗଞ୍ଜାମ ଜିଲ୍ଲାର ଧରାକୋଟ ସ୍ଥିତ ଅନନ୍ତ ନାରାୟଣ ଉଚ୍ଚ ବିଦ୍ୟାଳୟର ଜଣେ, କୋରାପୁଟ ଜିଲ୍ଲା ସୁନାବେଡ଼ା ସ୍ଥିତ ଏରୋନେଟିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ, ତାରାଭଟ୍ଟ ସ୍ଥିତ ନରସିଂହ ଉଚ୍ଚ ବିଦ୍ୟାଳୟର ଜଣେ, ବୋରିଗୁମ୍ମା ସ୍ଥିତ ଭୈରବ ଉଚ୍ଚ ବିଦ୍ୟାଳୟର ଜଣେ ଏବଂ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସ୍ଥିତ ପଂଚାୟତ ଉଚ୍ଚ ବିଦ୍ୟାଳୟର ଜଣେ, ଖଜୁରୀପଦା ସ୍ଥିତ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ପରୀକ୍ଷାର୍ଥୀ ମାଲ ପ୍ରାକ୍ଟିସ ଅଭିଯୋଗରେ ବୁକ ହୋଇଥିବା ଡ. ଓଝା ସୂଚନା ଦେଇଛନ୍ତି û

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ