ନାଉଗାଁ ବ୍ଳକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହେଲେ ତୃଷ୍ଣା ଲେଙ୍କା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :-ନାଉଗାଁ ବ୍ଳକ ଅଧ୍ୟକ୍ଷା ଭାବେ ତୃଷ୍ଣା ଲେଙ୍କା ଶନିବାର ନିର୍ବାଚିତ ହୋଇଛନ୍ତି । ତୃଷ୍ଣା ଶିଖର ପଂଚାୟତରୁ ବିଜେଡି ସମର୍ଥିତ ସମିିତି ସଭ୍ୟା ପ୍ରାର୍ଥୀ ନୀ ଭାବେ ନିର୍ବାଚନ ଲଢି ନିର୍ବାଚିତ ହୋଇଥିଲେ । ତୃଷ୍ଣା ନିଜ ସମର୍ଥକମାନଙ୍କ ଗ୍ରହଣରେ ବ୍ଳକ କାର୍ଯ୍ୟାଳୟ ପରିସରରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଆସି ପହଂଚିଥିଲେ । ବ୍ଳକ ସମ୍ମିଳନୀ କକ୍ଷରେ ନିର୍ବାଚନ ଅଧିକାରୀ ତଥା ବିଡିଓ ରଶ୍ମୀରେଖା ମଲିକ, ତହସିଲଦାର ଜେ. କଳ୍ପନା, ଜିପିଓ ଦିନେଶ ରାୟଙ୍କ ନିକଟରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ସେହିପରି କଂଗ୍ରେସ ସମଥିତ ପ୍ରାର୍ଥୀ ନୀ ଭାବେ ନୂଆଗାଁ ପଂଚାୟତ ସଭ୍ୟା ସୁଶ୍ରୀ ଶ୍ରାବଣୀ ରାୟ ନିଜ ସମଥିକ ମାନଙ୍କ ସହ ଆସି ଅଧ୍ୟକ୍ଷା ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ନିର୍ଦ୍ଧାରିତ ସମୟରେ ଭୋଟ ଗ୍ରହଣ କରାଯାଇଥିଲା । ଗଣତି ପରେ ମୋଟ ତୃଷ୍ଣା ୧୧ଖଣ୍ଡ ଭୋଟ ପାଇଥିବା ବେଳେ ସୁଶ୍ରୀ ଶ୍ରାବଣୀ ୫ଖଣ୍ଡ ଭୋଟ ପାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ