ବିଜେଡି ପୌରାଧ୍ୟକ୍ଷା ପ୍ରାର୍ଥୀଙ୍କ ପ୍ରଚାର ମଙ୍ଗ ଧରିଲେ ସଂଯୁକ୍ତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିର ଚେୟାରମ୍ୟାନ ନିର୍ବାଚନରେ ବିଜେଡି ଦଳ ତରଫରୁ ନିର୍ମାମଳା ସେଠୀଙ୍କୁ ପ୍ରାର୍ଥୀ କରାଯାଇଛି । ଆଜି ବିଜେଡିର ପୌରଧ୍ୟକ୍ଷା ପ୍ରାର୍ଥୀ ନିର୍ମଳା ସେଠୀଙ୍କ ସପକ୍ଷରେ ପ୍ରଚାର ମଙ୍ଗ ଧରିଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ତଥା ଜିଲ୍ଲା ମହିଳା ବିଜେଡିର ଉପସଭାନେତ୍ରୀ ସଂଯୁକ୍ତା ବେହେରା । ଆଜି ଶ୍ରୀମତୀ ବେହେରା ବିଜେଡି ପୌରାଧ୍ୟକ୍ଷା ପ୍ରାର୍ଥିନୀ ନିର୍ମଳା ସେଠୀଙ୍କ ସହ ବିଜୁ ଜନତା ଦଳର ମହିଳା କର୍ମୀ ଓ ନେତ୍ରୀମାନଙ୍କ ସହ ପାରଳା ମ୍ୟୁନିସିପାଲିଟିର ୧ନମ୍ବର ୱାର୍ଡରୁ ପ୍ରଚାର ଆରମ୍ଭ କରିଛନ୍ତି । ୧ନମ୍ବର ୱାର୍ଡର ରାମନଗରର ୧ନମ୍ବର ଲେନ୍ ଠାରୁ ୬ନମ୍ବର ଲେନ୍‌ପର୍ଯ୍ୟନ୍ତ ଏବଂ ପାରଳାଖେମୁଣ୍ଡି ନୂଆବସ୍‌ଷ୍ଟାଣ୍ଡର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏହି ପ୍ରଚାର କାର୍ଯ୍ୟକ୍ରମ କରାଯାଇଛି । ଏମାନେ ଘରକୁ ଘର ବୁଲି ବିଜୁ ଜନତା ଦଳର ପ୍ରାର୍ଥୀଙ୍କୁ ଶଙ୍ଖ ଚିହ୍ନରେ ଭୋଟ ଦେବାପାଇଁ ନିବେଦନ କରିଥିଲେ । ୧ନମ୍ବର ୱାର୍ଡର ବିଜେଡି କାଉନସିଲର ପ୍ରାର୍ଥିନୀ ଆମୁଲ ଆମ୍ମା ମଧ୍ୟ ଏଥିରେ ସାମିଲ ହୋଇଥିଲେ । ଏହି ନିର୍ବାଚନ ପ୍ରଚାର ବେଳେ ବରିଷ୍ଠ ନେତ୍ରୀ ସଂଯୁକ୍ତ ବେହେରା ଓ ବିଜେଡିର ପୌରାଧ୍ୟକ୍ଷା ପ୍ରାର୍ଥିନୀ ନିର୍ମଳା ସେଠୀଙ୍କୁ ସମ୍ପୃକ୍ତ ଅଞ୍ଚଳର ମହିଳାମାନେ ସ୍ୱାଗତ ଜଣାଇ ପାଛୋଟି ନେଉଥିବାର ଦେଖା ଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ