ନଦୀତଟରୁ ଶିଶୁପୁତ୍ରକୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ହସ୍ତାନ୍ତର କଲେ ଗ୍ରାମବାସୀ
ଛତ୍ରପୁର, (ଦେବଦତ୍ତ ମହାରଣା) :ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ଗ୍ରାମ ଶନି ମନ୍ଦିର ନିକଟ ଋଷିକୁଲ୍ୟା ନଦୀ ତଟରୁ ବୁଧବାର ଏକ ଦେଢ ବର୍ଷର ଶିଶୁୁ ପତ୍ର କୁ ଉଦ୍ଧାର କରି ଚାଇଲ୍ଡ ଲାଇନକୁ ହସ୍ନାନ୍ତର କରିଛନ୍ତି ଗ୍ରାମବାସୀ । ମିଳିଥିବା ସୂଚନା ଅନୁଯାୟୀ ବୁଧବାର ଭୋର ୪ ଟା ସମୟରେ କରପଡା ଗ୍ରାମର କିଛି ମହିଳା ନଦୀରୁ ଗାଧେଇ ସାରି ଫେରୁଥିବା ବେଳେ ଶିଶୁ ପତ୍ର ର କାନ୍ଦ ଶୁଣିବାକୁ ପାଇଥିଲେ । ପରେ ତାକୁ ଉଦ୍ଧାର କରି ଗ୍ରାମବାସୀଙ୍କ ଖବର ଦେଇଥିଲେ । କରପଡା ସରପଂଚ ଅଜୟ କୁମାର ନାୟକ ଓ ପୂର୍ବତନ ୍ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକଙ୍କ ସମେତ ବହୁ ଗ୍ରାମବାସୀ ମାନେ ଗଞ୍ଜାମ ଥାନା ପୋଲିସ୍ ଓ ବ୍ରହ୍ମପୁର ଚାଇଲ୍ଡଲାଇନକୁ ଖବର ଦେଇଥିଲେ । ଘଟଣାର ଖବର ପାଇ ଗଞ୍ଜାମ ଥାନାର ଏଏସଆଇ ସୁପ୍ରଭା ସାହୁ, ବ୍ରହ୍ମପୁର ଚାଇଲ୍ଡ ଲାଇନ ର ଭାରପ୍ରାପ୍ତ ସଂଯୋଜକ ପ୍ରଣତି କର, ସଭ୍ୟ ପ୍ରଭାତ କୁମାର ପାଢୀ, ସିଡିପିଓ ସଲିଳା ପ୍ରଧାନ ପ୍ରମୁଖ ଶିଶୁ ପତ୍ରକୁ ଉଦ୍ଧାର କରି ପ୍ରଥମେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ନିମନ୍ତେ ପଠାଇଥିଲେ । ଏହି ଶିଶୁ ପୁତ୍ରକୁ ସିଏସଡବ୍ଲୁ କୁ ହସ୍ତାନ୍ତର କରାଯିବ ବୋଲି ସିଡିପିଓ ଶ୍ରୀମତି ପ୍ରଧାନ ସୂଚନା ଦେଇଛନ୍ତି । ଏହି ଶିଶୁ ପୁତ୍ରକୁ ହସ୍ତାନ୍ତର ବେଳେ ବହୁ ଗ୍ରାମବାସୀଙ୍କ ସମେତ ବହୁ ଆଶା ଓ ଅଙ୍ଗନବାଡି କର୍ମୀ ମାନେ ସାମିଲ୍ ଥିଲେ ।


