ଜୁନିଅର ରେଡକ୍ରସ ତାଲିମ ଶିବିର ଉଦଯାପିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜିବ କୁମାର ସିଂଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଭାରତୀୟ ରେଡକ୍ରସ ସୋସାଇଟ ଓଡିଶା ଶାଖା ଓ କେନ୍ଦ୍ରାପଡା ଜିଲ୍ଲା ଜୁନିଅର ରେଡକ୍ରସର ମିଳିତ ଆନୁକୁଲ୍ୟରେ କେନ୍ଦ୍ରାପଡା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ତ୍ରିଦିବସୀୟ ଜୁନିଅର ରେଡକ୍ରସ ପ୍ରଶିକ୍ଷଣ ଶିବିର ଉଦଯାପିତ ହୋଇଯାଇଛି । ରେଡକ୍ରସର ଇତିହାସ, ଜୁନିଅର ରେଡକ୍ରସ ମାର୍ଗଦର୍ଶକଙ୍କ ଭୂମିକା, ବିଦ୍ୟାଳୟ ନିରାପତ୍ତା, ବିପର୍ଯ୍ୟୟ ପରିଚାଳନା, ସଡକ ସୁରକ୍ଷା, ପ୍ରାଥମିକ ଚିକିତ୍ସା, ଶିଶୁ ଅଧିକାର, ବିଶ୍ୱ ତାପାୟନ, ପାଣିପାଗ ପରିବର୍ତ୍ତନ, ବୃକ୍ଷରୋପଣ, ରକ୍ତଦାନ, ଏଡସ ସଚେତନତା ଓ କୋଭିଡ ସଚେତନତା ପ୍ରଭୃତି ବିଷୟରେ ଜିଲ୍ଲାର ୯ଟି ମଣ୍ଡଳରୁ ୧୯ଜଣ ମାର୍ଗଦର୍ଶକ ଓ ୧୨ଜଣ ମାର୍ଗଦର୍ଶିକାଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ରାଜ୍ୟ ଜୁନିଅର ରେଡକ୍ରସ ଅଧିକାରୀ ଲକ୍ଷ୍ମଣ ସ୍ୱାଇଁ, ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ନିରଞ୍ଜନ ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ, ଜିଲ୍ଲା ଡାକ୍ତରଖାନାର ରେଡକ୍ରସ ରକ୍ତଭଣ୍ଡାର ଅଧିକାରୀ ଡା. ମାନସ କୁମାର ଜେନା, ସାଧନକର୍ମୀ ଅଶୋକ କୁମାର ଦାଶ, ସତ୍ୟବ୍ରତ ପଣ୍ଡା, ବଙ୍କିମ ବିହାରୀ ମହାନ୍ତି ଓ ତପନ କୁମାର ଦାଶ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସିଂ ଯୋଗଦେଇ ଜାତି, ଧର୍ମ ,ବର୍ଣ୍ଣ ନିର୍ବିଶେଷରେ ମଣିଷର ସେବା କରି ମଣିଷ ପରି ମଣିଷ ଟିଏ ହେବା ପାଇଁ ଆହ୍ୱାନ ଦେଇଥିଲେ । ଜୁନିଅର ରେଡକ୍ରସର ଜିଲ୍ଲା ସମ୍ପାଦିକା ସ୍ମିତା ପ୍ରତିଭା ସାହୁ ବିଦ୍ୟାଳୟ ସ୍ତରରେ ଜୁନିଅର ରେଡକ୍ରସର କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ସହ ପିଲାମାନଙ୍କୁ ମୂଲ୍ୟବୋଧ ଭିତ୍ତିକ ଶିକ୍ଷା ଦେବା ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିବ ପ୍ରସାଦ ନାୟକ ସ୍ୱାସ୍ଥ୍ୟ, ସେବା ଓ ବନ୍ଧୁତାର ମନ୍ତ୍ରରେ ସମସ୍ତେ ଅଭିମନ୍ତ୍ରିତ ହେବା ପାଇଁ ମତବ୍ୟକ୍ତ କରିଥିଲେ । ଜିଲ୍ଲା ଜୁନିଅର ରେଡକ୍ରସ ଅଧିକାରୀ ଶ୍ରୀ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ