ବିଶ୍ୱ ଜଳ ଦିବସରେ ସଚେତନତା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ତରଫରୁ ବିଶ୍ୱ ଜଳ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ହୋଇଥିଲା । ଏହି କାର୍ଯ୍ୟକ୍ରମ ଜନସ୍ୱାସ୍ଥ୍ୟ ସଂପ୍ରାସରଣ ଅଧିକାରିଣୀ ମମତା ପାଢୀଙ୍କ ନେତୃତ୍ୱରେ ହୋଇଥିବା ବେଳେ ଗୁରାଣ୍ଡି ହାଇସ୍କୁଲର ଏନ୍‌ସିସି ଦାୟିତ୍ୱରେ ଥିବା ଶିକ୍ଷକ କେ.ମନମଧ, କନିଷ୍ଠ ରେଡକ୍ରସ ଦାୟିତ୍ୱରେ ଥିବା କେ.ସିଏଚ୍‌. ଭୂୟାଁ, ଗୋଷାଣୀ ହାଇସ୍କୁଲର ଶିକ୍ଷୟତ୍ରୀ ଅନିତା ପାଣି ପ୍ରମୁଖ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଜଳର ଅପବ୍ୟବହାର ନକରିବା, ଜଳସମ୍ପଦକୁ କିପରି ସଦ୍ ବିନିଯୋଗ କରିବା, ଜଳହିଁ ଜୀବନ, ଜଳ ବଞ୍ଚାଅ ଆଦି ଉପରେ ସଚେତନତା କରାଇବା ସହ ଗ୍ରାମ ପରିକ୍ରମା କରି ଗ୍ରାମବାସୀଙ୍କୁ ମଧ୍ୟ ସଚେତନତା କରାଇଥିବାର ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ