ତୃତୀୟ ଶ୍ରେଣୀ ଛାତ୍ରଙ୍କ କୃତୀତ୍ୱ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ବେଲଗୁଣ୍ଠା ନିକଟ ସୋଢଙ୍ଗୀ ଗ୍ରାମର ଭକ୍ତ ବନ୍ଧୁ ପରିଡ଼ାଙ୍କ ସୁପୁତ୍ର ଶିବାଶିଷ ପରିଡ଼ା ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ କୃତକାର୍ଯ୍ୟ ହୋଇ ବୃତ୍ତି ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।ବେଗୁନିଆପଡା ବ୍ଲକ ସାଙ୍କୁଡା ଗ୍ରାମର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଶିବାଶିଷ ବ୍ଲକରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ପିତା ଭକବନ୍ଧୁ ଜଣେ ବ୍ୟବସାୟୀ ହୋଇଥିବା ବେଳେ ମାତା ଭାରତୀ ରାୟ ଶିକ୍ଷୟିତ୍ରୀ ରୁପେ କାର୍ଯ୍ୟରତ ।ନିଜର ଜେଜେବାପା ଅବସରପ୍ରାପ୍ତ ଶିକ୍ଷକ ଲିଙ୍ଗରାଜ ପରିଡା ଓ ଜେଜେ ମା ଉର୍ମିଳାଙ୍କ ସମେତ ନିଜର ପିତାମାତା ଓ ବିଦ୍ୟାଳୟ ର ଗୁରୁଜୀ ଗୁରୁମାଙ୍କ ଆଶୀର୍ବାଦରେ ଏହି ସଫଳତା ହାସଲ କରିଛନ୍ତି ବୋଲି ଶିବାଶିଷ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ