ବେଗୁନିଆପଡା ବ୍ଲକରେ କନ୍ୟାରତ୍ନ ସଚେତନତା କାର୍ଯ୍ୟକ୍ରମ
କୋଦଳା, (ଗୁଲସନ୍ କୁମାର କର) :ଗଞ୍ଜାମ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ତରଫରୁ ବେଗୁନିଆପଡ଼ା ବ୍ଲକ ସମ୍ମିଳନୀ କକ୍ଷରେ କନ୍ୟାରତ୍ନ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । BDO madam ପ୍ରଜ୍ଞା ପ୍ରିୟଦର୍ଶିନୀ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ। ଅଙ୍ଗନବାଡି, ଆଶା କର୍ମୀ, ଗାଆଁ କଲ୍ଯାଣ ସମିତି ର ସଦସ୍ୟା ମାନଙ୍କୁ ବାଲ୍ୟ ବିବାହ, ମୋ ଗେଲ୍ଲା ଝିଅ, ବେଟୀ ବଚାଓ ବେଟୀ ପଢ଼ାଓ, ମୋ ଗେଲ୍ଲା ଝିଅ, ନିର୍ଭୟ କଢ଼ି, ବିଜୁ କନ୍ୟା ରତ୍ନ ଉପରେ ପୁଙ୍ଖାନୁପୁଙ୍ଖା ଭାବେ ସଚେତନ କରାଯାଇଥିଲା ।ଏଥି ସହିତ ଆମ ପରିବାର ରେ କନ୍ୟା ସନ୍ତାନ ପ୍ରତି ଉପଯୁକ୍ତ ଶିକ୍ଷା ଦେବା,ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା , ପୋଷଣ ଯୁକ୍ତ ଖାଦ୍ୟ ପ୍ରଦାନ, ନିରାପତ୍ତା,ଶିଶୁ କୁ ନିର୍ଯ୍ୟାତନା ହେଲେ ତୁରନ୍ତ ଜଣାଇବା ଏବଂ ଶିଶୁ ସୁରକ୍ଷା କାର୍ଯ୍ୟଳୟ, ପୋଲିସ, ସିଡିପିଓ,ଚାଇଲଡ ଲାଇନ କୁ ସୂଚନା ଦେବା ଉପରେ ମତ ରଖିଥିଲେ । ଆଜିର କାର୍ଯ୍ୟକ୍ରମ ରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସନ୍ଧ୍ୟାରାଣୀ ପାଣିଗ୍ରାହୀ, ଶିଶୁ ସୁରକ୍ଷା କାର୍ଯ୍ୟଳୟ ର ଆଇନ ଅଧିକାରୀ ସୁଦାମ ପାଣିଗ୍ରାହୀ, ସାଧନ ବ୍ୟକ୍ତି ସାଇ ପ୍ରସାଦ ସାମଲ, ମହିଳା ସୁପରଭାଇଜର ପ୍ରମୁଖ ଯୋଗ ଦେଇଥିଲେ ।


