୧୬୫ କିଲୋ ଗଞ୍ଜେଇ ଜବତ : ଦୁଇ ଗିରଫ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :କ୍ରାଇମ ବ୍ରାଞ୍ଚ ର ଏସ୍ଟିଏଫ ଟିମ ଅତର୍କିତ୍ତ ଚଢ଼ାଉ କରି ଚୋରାରେ ଚାଲାଣ ହେଉଥିବା ୧୬୫ କିଲୋ ଗଞ୍ଜେଇ ଜବତ କରିଛନ୍ତି । ମିଳିଥିବା ସୂଚନାରୁ ଜଣାପଡିଛି ଯେ, ଅନୁଗୁଳ ଜିଲ୍ଲା କିଶୋର ନଗର ଥାନା ଅନ୍ତର୍ଗତ ବାଙ୍କ ପଳାସ ଗ୍ରାମ ନିକଟରେ ସୁଶାନ୍ତ କୁମାର ସାହୁ ଓ ଯୁଗଳ ସାହୁ ନାମକ ଦୁଇଜଣ ଅଭୁଯୁକ୍ତ ଏକ ମହିନ୍ଦ୍ରା ଗାଡ଼ିରେ ଚୋରାରେ ୧୬୫ କିଲୋ ଗଞ୍ଜେଇ ନେଉଥିବା ବେଳେ ଏସ୍ଟିଫ ଟିମ ଅତର୍କିତ ଚଢ଼ାଉ କରି ନିଜ କବ୍ଜାକୁ ନେଇଥିଲେ।ଗିରଫ ଦୁଇଜଣଙ୍କ ମଧ୍ୟରୁ ସୁଶାନ୍ତ କୁମାର ସାହୁ ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ , କିଶୋର ନଗର ବ୍ରାଞ୍ଚ ରେ କ୍ୟାସିଅର ଭାବେ କାର୍ଯ୍ୟ କରୁଥିବା ଜଣା ପଡ଼ିଛି । ଏମାନଙ୍କ ଠାରୁ ଆହୁରି ମଧ୍ୟ ଗୋଟିଏ ମହିନ୍ଦ୍ରା ଗାଡି ,ଗୋଟିଏ ବାଇକ ଓ ଗୋଟିଏ ବନ୍ଧୁକ ଜବତ ହୋଇଥିବା ଜଣାପଡିଛି ।


