ଦିଲ୍ଲୀ ପ୍ରଦୂଷଣ ଚିନ୍ତା ବଢାଉଛି

ଦିଲ୍ଲୀ : ଦିଲ୍ଲୀ ପ୍ରଦୂଷଣ ବଢାଉଛି ଚିନ୍ତା । ବିଗତ କିଛି ଦିନ ତଳେ ଦିଲ୍ଲୀର ବାୟୁ ପ୍ରଦୂଷଣ ଜନସାଧାରଣଙ୍କୁ ଅସ୍ତବ୍ୟସ୍ତ କରି ପକାଇଥିବା ବେଳେ ସରକାରୀ ତରଫରୁ ଘୋର ଚିନ୍ତା ପ୍ରକଟ କରାଯାଇଥିଲା । ଏଥି ସହ କୈାଣସି ସ୍ଥାନରେ ନିଆଁ ଜାଳିଲେ , ପାଳ ପୋଡି ଆଦି ପ୍ରଦୂଷଣ କଲେ ସେମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରାଯିବ ସରକାରୀ ତରଫରୁ ଫତୱା ଜାରୀ ହୋଇଥିଲା । ସରକାରୀ ତରଫରୁ ବାୟୁ ପ୍ରଦୂଷଣ ରୋକିବା ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ୟ ଦିଲ୍ଲୀର ବାୟୁ ପ୍ରଦୁଷଣ ଥମିବାର ନା ଧରୁନାହିଁ । ଦିଲ୍ଲୀର ଏନ୍ ସି ଆର ଅଂଚଳରେ ବାୟୁର ପ୍ରଦୂଷଣ ମାନ ୪୯୮ ରୁ ୫୦୦ ଶହ ରହିଥିବା ବେଳେ ଆନନ୍ଦବିହାରରେ ସର୍ବାଧିକ ବାୟୁର ଗୁଣବତ୍ତାମାନ ୫୬୪ ରେକର୍ଡ କରାଯାଇଛି । ଯାହା ଦିଲ୍ଲୀ ସମେତ ଏହାର ଆଖପାଖ ଅଂଚଳ ଗାଜିଆବାଦ ରେ ମଧ୍ୟ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି ।ସେହିପରି ବାୟୁର ଗୁଣବତ୍ତା ମାନ ନଇଡାରେ ୫୮୮ ବାୟୁର ମାନ ଦେଖାଦେଇଛି । ଦିନକୁ ଦିନ ବାୟୁ ପ୍ରଦୂଷଣ ବଢିଥିବାରୁ ଦିଲ୍ଲୀ ଜନସାଧାରଣ ମଧ୍ୟରେ ବହୁ ନାନା ସମସ୍ୟା ଦେଖାଦେଇଛି ।ଏଥିସହ ବାୟୁ ପ୍ରଦୂଷଣ ଯୋଗୁଁ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ସେପଟେ ଉତ୍ତର ପ୍ରଦେଶ, ପଞ୍ଜାବ, ହରିୟାଣା ଆଦି ଅଂଚଳରେ ଚାଷ କରି ପାଳ ଜମି ରହିଥିବା ବେଳେ ସେହି ପାଳ ପୋଡିଥିବାରୁ ମଧ୍ୟ ଦ୍ରୁତ ଗତିରେ ବାୟୁ ପ୍ରଦୂଷଣ ବଢିବାରେ ଲାଗିଛି । ଏହା ସହ ଦିଲ୍ଲୀର ବାୟୁ ପ୍ରଦୂଷଣ ଅତ୍ୟଧିକ ମାତ୍ରାରେ ବଢିଚାଲିଥିବା ବେଳେ ୧୦୦ ମିଟର ଦୁରରେ କୈାଣସି ବ୍ୟକ୍ତିଙ୍କୁ ଦେଖିବା ମୁସ୍କିଲ ହୋଇପଡିଛି । ଏହା ସହ ଆଖି ପୋଡିବା ଆଦି ନାନା ସମସ୍ୟା ଦେଖାଦେଇଛି । ଦିଲ୍ଲୀ ସରକାର ତରଫରୁ ଗଛରେ ପାଣିପକାଇବାକୁ ନିର୍ଦେଶ କରାଯାଇଥିବା ବେଳେ ପାଣିପାଗ ବିଭାଗ ପକ୍ଷରୁ କୈାଣସି ସୁଫଳତା ମିଳିବ ନାହିଁ ବୋଲି ଜଣାପଡିଛି । ସେହିପରି ଆସନ୍ତା ସୋମବାର ଦିନ ପାର୍ଲାମେଣ୍ଟ ରେ ଶୀତକାଳିନ ଅଧିବେଶନ ଆରମ୍ଭ ହେବ ଏହି ସମୟରେ ବିରୋଧି ସରକାରଙ୍କୁ ଘେରିପାରନ୍ତି ଆଶଙ୍କା କରାଯାଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ