ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ କାର୍ଡ଼ ବଂଟନ

ହିଞ୍ଜିଳିକାଟୁ,(ଯୁଗାବ୍ଦ ନ୍ୟୁଜ୍‌) : ହିଞ୍ଜିଳିକାଟୁ ବ୍ଲକ ସାହାପୁର ପଂଚାୟତରେ ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ପ୍ରଦାନ ନିମନ୍ତେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଶୁକ୍ରବାର ପଂଚାୟତ ଅଫିସରେ ଅନୁଷ୍ଠିତ ହୋଇ ଯାଇଛି । ବରିଷ୍ଠ ବିଜେଡ଼ି ନେତା ଡ଼ି ବିଶ୍ୱନାଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ଜିଲା ଶ୍ରମ ଅଧିକାରୀ ଶିବ ପ୍ରସାଦ ସାହୁ, ସରପଂଚ ସହଦେବ ବେହେରା, ସମିତି ସଭ୍ୟ ଅରୁଣ ବେହେରା ପ୍ରମୁଖ ମଂଚାସୀନ ଥିଲେ । ଅନ୍ୟ ପକ୍ଷରେ ବ୍ଲକ ପକ୍ଷରୁ ମୋ ନିବେଦନ ଓ ତହସିଲ ପକ୍ଷରୁ ମୋ ଗାଁ’ରେ ତହସିଲ କାର୍ଯ୍ୟକ୍ରମ ମଧ୍ୟ ପରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ୬୭ଜଣ ନିର୍ମାଣ ଶ୍ରମିକଙ୍କୁ ପରିଚୟ ପତ୍ର ଓ ବହୁ ହିତାଧିକାରୀଙ୍କ ଅନ୍ୟାନ୍ୟ ପ୍ରମାଣପତ୍ର ବଂଟନ କରାଯାଇଛି । ପ୍ରଶାନ୍ତ ପଲେଇ, ଶାନ୍ତନୁ ପ୍ରଧାନ, ଅଭି ପାଣିଗ୍ରାହି, ବନମାଳି ସାସମଲ, ମନୋରଂଜନ ପ୍ରଧାନ, ସୁବାସ ପାଣିଗ୍ରାହି, ଡ଼ାକ ବେହେରା, ଶିଶିର ବେହରା, ମହୋ୍‌ବର ମଳିକ, ସୁଦାମ ନାହକ, ସଞ୍ଜୟ ନାହାକ, ରାଘବ ନାହାକ, ଭଗବାନ ପ୍ରଧାନ, ଏକି ପ୍ରଧାନ, ରବିନ୍ଦ୍ର ପ୍ରଧାନ, ଅମୁଳି ମହାରଣା, କାହ୍ନା ନାହାକ ପ୍ରମୁଖଙ୍କ ସହ ବ୍ଳକ ଓ ତହସିଲ ଅଫିସର କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ